Home Breaking News / ତାଜା ଖବର ତିରୁପତି ଚୌଧୁରୀ ହେଲେ ଖଜୁରୀପଡା ଥାନା ଅଧିକାରୀ

ତିରୁପତି ଚୌଧୁରୀ ହେଲେ ଖଜୁରୀପଡା ଥାନା ଅଧିକାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -9/10(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ଥାନା ଅଧିକାରୀ ଭାବେ ତିରୁପତି ଚୌଧୁରୀ ଦା ଇ ତ୍ବ ଗ୍ରହଣ କରିଛନ୍ତି l
ଏହି ବରିଷ୍ଠ ପୋଲିସ ଅଧିକାରୀ ଜଣକ ପୂର୍ବରୁ ଫୁଲବାଣୀ ଟାଉନ ଥାନା ଅଧିକାରୀ, ଡି ଆଇ ଵି ଇନ୍ସ୍ପେକଟର ଭାବେ ନିଷ୍ଠା ଆନ୍ତରିକତା ଆଉ ଦକ୍ଷତା ର ସହ କାର୍ଯ୍ୟ କରିଥିଲେ l ଗତ ସପ୍ତାହରେ ପୂର୍ବରୁ ଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ନିଶାସକ୍ତ ଅବସ୍ଥା ରେ ବଜ଼ାର ରେ ଲୋକଙ୍କୁ ଗାଳି ଗୁଲଜ କରିବା ସହ ମାର ଧର କରିଥିଲେl ଫଳରେ ଲୋକେ ଏହାର ପ୍ରତିବାଦ କରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ l ଦୋକାନ ବଜ଼ାରମଧ୍ୟ ବନ୍ଦ କରିଥିଲେ l ଫଳରେ କନ୍ଧମାଳ ଏସ ପି ବିନୀତ ଅଗ୍ରୱାଲ ତାଙ୍କୁଜ଼ିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳି କରି ଆଣି ଥିଲେ l ପରେ ପୋଲିସ ଡି ଜି ପି ରମାକାନ୍ତ ଙ୍କୁ ନିଲମ୍ବିତ କରିଥିଲେ l
ବର୍ତମାନ ବରିଷ୍ଠ ତା ଓ ଦକ୍ଷତା ଭିତ୍ତି ରେ ଏସ ପି ତିରୁପତି ଚୌଧୁରୀ ଙ୍କୁ ଖଜୁରୀପଡା ଥାନା ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି l
ତିରୁପତି ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବେ l ଅସାମାଜିକ କାର୍ଯ୍ୟ କଳାପ, ଚୋରି, ଡକାୟତି, ଯେପରି ନିୟନ୍ତ୍ରଣ ରେ ରହିବ ସେଥିପ୍ରତି ଦ୍ରୁଷ୍ଟି ଦେବେ ବୋଲି କହିଛନ୍ତି ଏଥିରେ ସ୍ଥାନୀୟ ଜନ ସାଧାରଣ, ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ଯୋଗ କାମନା କରିଛନ୍ତି ତିରୁପତି

related posts

Leave a Comment