Home Breaking News / ତାଜା ଖବର ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଅନୁଷ୍ଠିତ

ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୯/୧୦-(ଧନେଶ୍ବର ରାଉତ)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କଲାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ ଅଫିସିଆଲ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବୁଥ ସ୍ତରୀୟ ଭୋଟର ତାଲିଖା ସଂଶୋଧନ ଯୋଗ ଓ ବାଦ କରିବାପାଇଁ ବୁଥ ସ୍ତରୀୟ ଅଧିକାରୀ ଓ ସୁପ୍ରଭାଇଜରଙ୍କ ତାଲିମ ଜିଲ୍ଲା ସଦ୍ଭାବନା ଗୃହରେ କରାଯାଇଛି। ଅନ ଲାଇନରେ ଗରୁଡ ଆପ ଓ ଭୋଟର ତାଲିଖା ବିଷୟରେ ତାଲିମ ଦିଆଯାଇଛି। ଉପ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ବିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଭୁଲ ଭାବେ କିପରି ସବୁ ପ୍ରକାର ଭୋଟର ତାଲିକା ସଂଶୋଧନ କରିହେବ ତାହା ନିର୍ଭୁଲ ଭାବରେ ବୁଝାଇଥିଲେ। ସଦର ବ୍ଲକର ୧୧୨ ଜଣ ବୁଥ ଓ ୧୧ ଜଣ ସୁପ୍ରଭାଇଜର ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। ୧୪୦ ରାୟଗଡ ବିଧାନସଭା କ୍ଷେତ୍ର ରେ କିପରି ସମସ୍ତ ବୁଥ ର ଅପତି, ଅଭିଯୋଗ, ଗୁଗୁଲ ମ୍ୟାପର ଅବସ୍ଥିତି,ବୁଥ ସ୍ତରୀୟ ଅଧିକାରୀଙ୍କ ନାମ, ଠିକଣା,ଅପତି ଅଭିଯୋଗ କୁ ଅନ ଲାଇନରେ କିପର କରିହେବ ଜଣେ ଘରେ ବସିକି କିପରି କରି ପାରିବ ତାର ସମ୍ପର୍କରେ ଆଲୋଚନା କରିଥିଲେ। ଗରୁଡ଼ ଆପ ଖାଲି ଅଧିକାରୀଙ୍କ ପାଇଁ କିନ୍ତୁ ଫୁଗୁଲ ପ୍ଲେ ଆପ କୁ ଯାଇ ବୁଥ ଆପ କୁ ଡାଉନ ଲୋଡ଼ କରି ଜନ ସାଧାରଣ ବ୍ୟବହାର କରିପାରିବେ। ଆସନ୍ତା ନଭେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଅପତି ଅଭିଯୋଗ ଯୋଗ ବାଦ ନୂତନ ପଞ୍ଜିକରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ବିଶେଷ କରି ନଭେମ୍ବର୭ /୨୧ କୁ ସ୍ୱତନ୍ତ୍ର ଭାବରେ ସମସ୍ତଙ୍କ ପାଇଁ ରଖା ଯାଇଛି। ସେହିପରି ସଦର ନିର୍ବାହୀ ଅଧିକାରୀ ଶୁକ୍ରବାର ଦିନ ୪୫ ଟି ବୁଥ ସ୍ତରୀୟ କାର୍ଯ୍ୟକର୍ତାଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ସୀମାଞ୍ଚଳ ପଣ୍ଡା ସହାୟକ ଭାବେ ସାହାଯ୍ୟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ବିଡ଼ିଓ ଲଷ୍ମୀ ନାରାୟଣ ସାବତ, ତହସିଲଦାର ଉମା ଶଙ୍କର ବେହେରା,ଏ ବିଡ଼ିଓ କଳୁଚରଣ ନାୟକ, ପଂଚାୟତ ସମ୍ପ୍ରସାରଣ ଅଧିକାରୀଗୋପାଳ ଚନ୍ଦ୍ର ପଣ୍ଡା ମଞ୍ଚ ରେ ଉପସ୍ଥିତ ଥିଲେ।

related posts

Leave a Comment