Home Breaking News / ତାଜା ଖବର ଫୁଲବାଣୀ ମାଷ୍ଟ୍ରପଡାର ଭବାନୀ ପ୍ରସନ୍ନ ମହାନ୍ତିଙ୍କ ପୁଅ କିରଣ କୁମାର ମହାନ୍ତି ଓଏଏସ ପରୀକ୍ଷାରେ ଷଷ୍ଠ ସ୍ଥାନ ପାଇଛନ୍ତି କିରଣ

ଫୁଲବାଣୀ ମାଷ୍ଟ୍ରପଡାର ଭବାନୀ ପ୍ରସନ୍ନ ମହାନ୍ତିଙ୍କ ପୁଅ କିରଣ କୁମାର ମହାନ୍ତି ଓଏଏସ ପରୀକ୍ଷାରେ ଷଷ୍ଠ ସ୍ଥାନ ପାଇଛନ୍ତି କିରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ ମାଷ୍ଟ୍ରପଡା ନିବାସୀ ଜଣାଶୁଣା ମହିଳା ଉଦ୍ୟୋଗୀ ଶ୍ରୀମତୀ ବନାନୀ ରାଣୀ ପଟ୍ଟନାୟକ ଓ ଶ୍ରୀ ଭବାନୀ ପ୍ରସନ୍ନ ମହାନ୍ତି ଙ୍କ ଏକମାତ୍ର ପୁତ୍ର । ଓଡିଶା ସିଭିଲ୍ ସେବା- ୨୦୧୯ ପରୀକ୍ଷାଫଳ ପ୍ରକାଶ ପାଇଛି ।ରାଜ୍ୟରେ ଷଷ୍ଠ ସ୍ଥାନରେ କନ୍ଧମାଳ ଜିଲା ଫୁଲବାଣୀ ସହର କିରଣ କୁମାର ମହାନ୍ତି ।
ପିଲାଟି ଦିନରୁ ମେଧାବୀ , କିରଣ ବକ୍ତୃତା ଓ ପ୍ରବନ୍ଧ ରେ ଜିଲ୍ଲା ଓ ରାଜ୍ୟସ୍ତରରେ ଶତାଧିକ ପୁରସ୍କାର ପାଇଛନ୍ତି । ସପ୍ତମ ଏନଆରଟିଏସ୍ ପରୀକ୍ଷାରେ ସେ ଜିଲ୍ଲାରେ ଟପ୍ପର ହୋଇଥିଲେ ।ମାଟ୍ରିକ୍ ପରୀକ୍ଷାରେ ୯୩.୬୭ ପ୍ରତିଶତ ରଖି ଜିଲ୍ଲାରେ ଟପ୍ପର ହେବା ସହ ଅମୁଲ୍ ବିଦ୍ୟାଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏତଦବ୍ୟତୀତ ଯୁକ୍ତଦୁଇରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ରୁ ଚେୟାରମ୍ୟାନ୍ କପ୍ ପାଇବା ସହ ୨୦୧୭ ରେ ବିଜ୍ଞାନ ରେ ସ୍ନାତକ ଶ୍ରେଣୀ ଶିକ୍ଷାଲାଭ ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ରୁ ରାଜ୍ୟପାଳ ସ୍ମାରକୀ ବକ୍ତୃତା ରେ ଶ୍ରୀରାମଚନ୍ଦ୍ରଭଂଜଦେଓ ସ୍ବର୍ଣ୍ଣପଦକ ପାଇଥିଲେ ।ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟ ର ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ । ସେହିପରି ୨୦୧୭ ରେ କଳିଙ୍ଗ ଯୁବ ପ୍ରତିଭା ସମ୍ମାନ ରେ ସମ୍ମାନିତ ହୋଇଥିଲେ । ସାହିତ୍ୟ ପାଇଁ କନ୍ଧମାଳ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ତରଫରୁ ଯୁବ ସାରସ୍ବତ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ । ୪ ବର୍ଷ ଧରି ସମ୍ବାଦ ର ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସଫଳ ହୋଇ ମହାମହିମ ରାଜ୍ୟପାଳ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ରେ ପ୍ରଥମ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପୁରସ୍କୃତ । ୨୫ ବର୍ଷରେ ଶ୍ରେଷ୍ଠ ଛାତ୍ର ଭାବେ ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରୁ ରଜତ ଜୟନ୍ତୀ ଉତ୍ସବରେ ପୁରସ୍କୃତ । ଜାତୀୟ ସ୍ତରୀୟ ରେଡକ୍ରସ୍ କ୍ୟାମ୍ପ ରେ ବକ୍ତୃତା ରେ ଅଂଶଗ୍ରହଣ।

ସେହିପରି ଜାତୀୟ ପ୍ରେସ୍ ଦିବସରେ ବକ୍ତୃତା ରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଠୁ ପୁରସ୍କାର ଗ୍ରହଣ । ଭିଜିଲାନ୍ସ ବକ୍ତୃତା ରେ କୃତିତ୍ବ ହାସଲ କରି ଆନ୍ଧ୍ର ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ ଓ ତତ୍କାଳୀନ ସାଂସଦ ଡାଃ ପ୍ରସନ୍ନ ପାଟ୍ଟଶାଣୀ ଙ୍କ ଠାରୁ ସମ୍ମାନୀତ ହୋଇଛନ୍ତି। କିରଣ ଭବି ଶ୍ୟତରେ ଆହୁରି ଆଗକୁ ଉନ୍ନତି କରନ୍ତୁ ସଫଳତା ଲାଭକରନ୍ତୁ ଏହାହିଁ କାମନାl

related posts

Leave a Comment