Share with
ଫୁଲବାଣୀ-୯/୧୦ (ସୁନୀଲ ପଟନାୟକ): ସ୍ଥାୟୀ ନିଯୁକ୍ତି ଦାବୀ କରି ଆୟୁଷ୍ ଡାକ୍ତର ସଂଘ ସଭାପତି ଡା.କୁ ନା ଲଚନ୍ଦ୍ର ରଣଷଣ୍ଢ ଙ୍କ ନେତୃତ୍ଵରେ ଶୁକ୍ରବାର ଅପରାହ୍ନରେ କାର୍ଯ୍ୟରତ ଡ଼ାକ୍ତରମାନେ ଆସି ଜିଲ୍ଲାପାଳଙ୍କୁ ଭେଟିଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ମଧ୍ୟ ଅନୁରୂପ ଭାବେ ଦାବୀ ପତ୍ର ପ୍ରଦାନ କରିଛନ୍ତି।
ଆୟୁଷ ଡାକ୍ତରମାନେ କମ ବରମାରେ ନିଜ ସ୍ଵାର୍ଥପର ଭାବେ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାରେ ଟାଳଟୁଳ ନିତୀ ଅବଲମ୍ବନ କରୁଥିବା ସଂଘ ଅଭିଯୋଗ କରିଛି । ତୁରନ୍ତ ରାଜ୍ୟ ସରକାର ଏହି ଦାବୀ ମାନିନେବାକୁ ସଂଘ ସଭାପତି ଦାବୀ କରିଛନ୍ତି। ଅନ୍ୟଥା ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ କରାଯିବ ବୋଲି ସଭାପତି ଚେତାବନୀ ଦେଇଛନ୍ତି ।