Home Breaking News / ତାଜା ଖବର ଫଲ‌‌ ଓ ପନିପରିବା ଚାଷ ସମ୍ପର୍କିତ ୨ ଦିନିଆ ପ୍ରଶିକ୍ଷଣ ଉଦଯାପିତ

ଫଲ‌‌ ଓ ପନିପରିବା ଚାଷ ସମ୍ପର୍କିତ ୨ ଦିନିଆ ପ୍ରଶିକ୍ଷଣ ଉଦଯାପିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗରେଈ ପଞ୍ଚାୟତ ସିଲେଟପଡା ଗ୍ରାମର ନାରୀଶକକ୍ତି ଉପ୍ତାଦକ ଗୋଷ୍ଠୀର ସଭ୍ୟଙ୍କ ପାଇଁ ୨ ଦିନିଆ ତାଲିମ କାର୍ଯକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯକ୍ରମରେ ଉଦ୍ୟାନ କୃଷି ବିଭାଗ ଟିଟଲାଗଡ ଏବଂ ଜନମୁକ୍ତି ଅନୁଷ୍ଠାନ ଭୋଇପଡାର ମିଳିତ ସହଯୋଗରେ ଅୟୋଜନ କରାଯାଇଥିଲା । ଉକ୍ତ କାର୍ଯକ୍ରମରେ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋଷ୍ଠି ର ସଭ୍ୟାମାନଙ୍କୁ ଫଳ ଓ ପନିପରିବା ଚାଷ ବିଷୟରେ ତାଲିମ୍ ଦେବା ସଙ୍ଗେ ସଙ୍ଗେ ଉଦ୍ୟାନ କୃଷି ବିଭାଗ ରେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଏବଂ ଚାଷଦ୍ବାରା ମହିଳାମାନେ କିଭଳି ନିଜର ଅୟକୁ ଦ୍ଵିଗୁଣିତ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ତୁରେକେଲା ଉଦ୍ୟାନ କୃଷି ବିଭାଗର AHO ଶ୍ରୀ ସେକ୍ ଅବଦୁଲ ରବ୍ ମଧ୍ୟ ପ୍ରଶିକ୍ଷକ ଭାବରେ ଯୋଗଦେଇ ଖରିଫ୍ ଏବଂ ରବି ପନିପରିବା ଚାଷଉପରେ ତାଲିମ୍ ପ୍ରଦାନ କରିଥିଲେ ।

ଏହି ସମସ୍ତ କାର୍ଯରେ ମୁରିବାହାଲ ବ୍ଲକର ମିଶନଶକ୍ତି BPC ଶ୍ରୀଯୁକ୍ତ ଉଜଲ୍ ପଟେଲ, ଉଦ୍ୟାନ କୃଷି ବିଭାଗର HO ଶ୍ରୀଯୁକ୍ତ ଗଙ୍ଗାଧର ସେଠ୍, HEW ଶ୍ରୀଯୁକ୍ତ ଯଶୋବନ୍ତ ଭୋଇ, ଜନମୁକ୍ତି ଅନୁଷ୍ଠାନର APC ପ୍ରୋଗ୍ରାମ ମେନେଜର ଶ୍ରୀଯୁକ୍ତ ସଂଜୀବ ବାରିକଙ୍କ ସମେତ ଶ୍ରୀଯୁକ୍ତ ଜୟସିଂହ ବନଛୋର, ଶ୍ରୀଯୁକ୍ତ ସୁଶୀଲ କୁମାର ସାହୁ , ଶ୍ରୀମତୀ ମାଧୁରୀ ତାଣ୍ଡି, ଶ୍ରୀମତୀ ଟେଭା ସଗ୍ରିଆ, ଶ୍ରୀମତୀ ଜାନକୀ ବଛା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥଲେ ।

related posts

Leave a Comment