Home Breaking News / ତାଜା ଖବର ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା-୦୮/୧୦-(ଧନେଶ୍ବର ରାଉତ)-ରାୟଗଡ଼ା ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୯:୩୦ସମୟରେ ସ୍ଥାନୀୟ କାଳୀ ମନ୍ଦିର ଠାରେ ପୂଜାଅର୍ଚ୍ଚନା କରାଯାଇ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ ଶୋଭଯାତ୍ରା ଜିଲ୍ଲା ସଂସ୍କୃତି ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ , ସଂଖ୍ୟାଳଗୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟତା ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଆୟୋଜନ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ ସେହିପରି ସଂମାନିତ ଅତିଥି ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି , ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ , ପି.ଡ଼ି ଡ଼ି.ଆର.ଡ଼ି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ନୂଆଖାଇ ଭେଟଘାଟ ସମ୍ପର୍କରେ ଏବଂ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫିର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀ ରଗୁନାଥ ଭୁଏ (ଓଡ଼ିଆ ଅଧ୍ୟାପକ ମହିଳା ମହାବିଦ୍ୟାଳୟ ଏବଂ ଶ୍ରୀମତି ପ୍ରତିମା ରାଣୀ ପଣ୍ଡା ଇତିହାସ ବିଭାଗ ଅଧ୍ୟାପିକା ମହିଳା ମହାବିଦ୍ୟାଳୟ ) ଯୋଗଦାନ କରି ନୂଆଖାଇର ମହତ୍ୱ ସମ୍ପର୍କରେ ବିସ୍ତୁତ ଭାବରେ ଉପସ୍ଥାପନା କରିଥିଲେ । ଏହା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବା ପରେ ଉକ୍ତ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ବ୍ୟତୀତ ସମସ୍ତ ୧୦ଟି ବ୍ଲକର ପ୍ରତିଯୋଗୀ କଳାକାର ଦଳ ଓ ୨ଟି ପୌର ପରିଷଦର କଳାକାର ଦଳ ଅଂଶ ଗ୍ରହଣ କରି ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କ ମଧ୍ୟରୁ ରାୟଗଡ଼ା ବ୍ଲକର ମା ସନ୍ତୋଷି କଳା ପ୍ରତିଷ୍ଠାନର ନୃତ୍ୟ ଦଳ ୧ମ ସ୍ଥାନ ଅଧିକାର କରିଥିବା ବେଳେ ମା ଗାୟତ୍ରୀ କଳା ସଂଗଠନ ୨ୟ ସ୍ଥାନ ଓ ଗୁଡାରି ବ୍ଲକର ଆଦିବାସୀ ନୃତ୍ୟ ଦଳ ୩ୟ ସ୍ଥାନ ହାସଲ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ଲଷ୍ମୀ ନାରାୟଣ ବେହେରା , ତ୍ରିଲୋଚନ ସାହୁ ଓ ଶିବ ଶଙ୍କର ମିଶ୍ର ଯୋଗଦାନ କରି ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରି ଫଳାଫଳ ନିର୍ଦ୍ଧାରଣ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର , ଶିକ୍ଷକ ପ୍ରଶାନ୍ତ ନାୟକ ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଡମ୍ବରୁଧର ନାୟକ , ରାମଚନ୍ଦ୍ର ପାତ୍ର ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ସଂସ୍କୃତି ମହିଳା କ୍ଳବ ସଦସ୍ୟମାନେ ରଙ୍ଗଲି କରିବା ସହ ଅତିଥି ମାନଙ୍କୁ ଅଭ୍ୟର୍ଥନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଶେଷରେ ଉପସ୍ଥିତ ରହିଥିବା ସମସ୍ତ ଅତିଥି , ସାମ୍ବାଦିକ , କଳାକାର ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

related posts

Leave a Comment