Home Breaking News ଜିଲ୍ଲାବାସୀଙ୍କୁ ଉନତ୍ତ ଚିକିତ୍ସା ଓ ଜିଲ୍ଲା ହସ୍ପିଟାଲକୁ ସୁପର ସ୍ପେଶାଲିଟି ମାନ୍ୟତା ଦାବିରେ ଯୁବ ବିକାଶ ପରିଷଦ ତରଫରୁ ଧାରଣା ଷଷ୍ଠ ଦିନରେ ପହଂଚିଲା

ଜିଲ୍ଲାବାସୀଙ୍କୁ ଉନତ୍ତ ଚିକିତ୍ସା ଓ ଜିଲ୍ଲା ହସ୍ପିଟାଲକୁ ସୁପର ସ୍ପେଶାଲିଟି ମାନ୍ୟତା ଦାବିରେ ଯୁବ ବିକାଶ ପରିଷଦ ତରଫରୁ ଧାରଣା ଷଷ୍ଠ ଦିନରେ ପହଂଚିଲା

by Times One Odia
Share with
     
 
 
   

ରାୟଗଡ-୦୮/୧୦-(ଧନେଶ୍ବର ରାଉତ)-ରାୟଗଡ ଜିଲାରେ ସଠିକ ଭାବରେ ଚିକିତ୍ସା ପହଞ୍ଚିବାରେ ବିଫଳ ରହିଥିବା କଥା ଜିଲା ତଥା ରାଜ୍ୟ ବାସୀଙ୍କୁ ଅଛପା ହୋଇ ରହିନାହିଁ। ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ରାସ୍ତାରେ ଗର୍ଭବତୀ ମହିଳା ଛୁଆ ଜନ୍ମ କରୁଛି ତ କେଉଁଠି ଜନ୍ମ ନ କରିପାରୀ ବାଟରେ ମୃତ୍ୟୁ ବରଣ କରିବା ଖବର ପୃଷ୍ଠା ମଣ୍ଡନ କରୁଥିବା ଦେଖିବାକୁ ମିଳୁଛି। ତେଣୁ ରାଜ୍ୟ ସରକାର ଙ୍କୁ ଅଣ ରାଜନୈତିକ ସଂଗଠନ ଯୁବ ବିକାଶ ପରିଷଦ ରାୟଗଡ ତରଫରୁ ଜିଲ୍ଲା ଚିକିତ୍ସାଳୟ କୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ଅନେକ ବାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଲିଖିତ ସ୍ମାରକ ପତ୍ର ଦିଆଯାଇଥିଲେ ସୁଦ୍ଧା କିଛି ସୁଫଳ ମିଲିନାଥବାରୁ ଧାରଣା ଦିଆଯାଇଥିଲା ଓ ଏହା ପୂରଣ ନହେଲେ ଆଗାମୀ ଦିନରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ସେହି ମୁତାବକ ଗତ 3 ତାରିଖରୁ ପ୍ରତ୍ୟେକ ୱାର୍ଡରେ ତିନି ଘଣ୍ଟିଆ ଧାରଣା ଦେବା ଆରମ୍ଭ ହେଇଯାଇଛି। ପ୍ରଥମେ ଏକ ନମ୍ବର ୱାର୍ଡ ଆରମ୍ଭ ହେଇ ଆଜି 6 ନମ୍ବର ରେ ଧାରଣା ପହଂଚିଛି। ଏହି ଧାରଣାକୁ ସବୁ ୱାର୍ଡର ଜନ ସମର୍ଥନ କରୁଥିବା ବେଳେ ଜିଲ୍ଲାର ଅନ୍ୟ ବ୍ଲକଠାରୁ ମଧ୍ୟ ଅହେତୁକ ଜନ ସମର୍ଥନ ମିଳିବାରେ ଲାଗୁଛି। ବିକାଶ ପରିଷଦର ସଭାପତି କହିଛନ୍ତି କି ଏହି ଧାରଣା ଲୋକଙ୍କ ସ୍ୱାର୍ଥ ହାସଲ ହେବା ପର୍ଯ୍ୟନ୍ତ ଚାଲୁ ରହିବ। ସୂଚନା ଯୋଗ୍ୟ ଏଗିକିଜେ ଯୁବ ବିକାଶ ପରିଷଦ ଅନେକ ଦିନ ହେବ ସ୍ଥାନୀୟ ଜନ ସାଧରଣଙ୍କ ସ୍ୱାର୍ଥ ପାଇଁ ଲେଢେଇ ଜାରି ରଖିଛି ଜଳ, ଚିକିତ୍ସା, ରେଳ, ସହରିଲୋକଙ୍କ ଅନେକ ସମସ୍ୟା, ରେଳ ସମସ୍ୟାନେଇ ଆନ୍ଦୋଳନ କରି ଅନେକ ସଫଳତା ପାଇଛି ତେଣୁ ଲୋକଙ୍କ ଆସ୍ଥା ଭଜନ ହେଇପାରିଛି।

related posts

Leave a Comment