Share with
ରାୟଗଡ-୦୮/୧୦-(ଧନେଶ୍ବର ରାଉତ)- ଭାରତୀୟ ଜନତା ପାର୍ଟି ର ନିୟମ ନ ମାନି ବିଶୃଙ୍ଖଳିତ ଆଚରଣ କରି ଦଳର ଆଇନ ନ ମାନି ଥିବାରୁ ରାଜ୍ୟ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ଶିବ ପଟନାୟକ ଦୁଇ ନେତାଙ୍କୁ କୋର କମିଟିରୁ ବହିଷ୍କାର କରିଛନ୍ତି। ଆଜି ଏକ ପ୍ରେସ ବିବୃତିରେ ପାର୍ଟି ତରଫରୁ ସାମ୍ବାଦିକ ବନ୍ଧୁଙ୍କୁ ପ୍ରକାଶନ କରିବା ପାଇଁ ଅନୁରୋଧ କରାଯାଇଛି। କାରଣ ଜଣାଇ ନଥିଲେବି ଅନୁମାନରୁ ଜଣା ପଡ଼ିଛିକି ଲୋକପ୍ରିୟ ଭୁବନେଶ୍ୱର ସାଂସଦ ଓ ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତ ସଡଙ୍ଗୀଙ୍କ ଗସ୍ତ ସମୟରେ ଦଳୀୟ ସହମତି ବିନା ସେହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଯୋଗୁ ଦଳୀୟ ଶୃଙ୍ଖଳା ଭଙ୍ଗ ହୋଇଥିବା ଯୋଗୁଁ ରାଜ୍ୟରୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥାଇ ପାରେ ବୋଲି ଜଣା ପଡ଼ିଛି । ପ୍ରେସ ବିବୃତିରେ ଜିଲା ସଭାପତିଙ୍କ ଦସ୍ତଖତ ସହ ଦଳୀୟ ମୋହର ରହିଛି। ସେମାନେ ହେଲେ ଭାରତୀୟ ଜନତା ପାର୍ଟି ର ଯୁବମୋର୍ଚା ସଭାପତି ଦେବାଶିଷ ପଣ୍ଡା ଓ ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରେମ କୁମାର ପଣ୍ଡା ବୋଲି ଦର୍ଶା ଯାଇଅଛି।