Home Uncategorized ବାବା ସର୍ବେଶ୍ଵର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାବା ସର୍ବେଶ୍ଵର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ, ୬/୧୦ (ଜି. ବିନୋଦ କୁମାର) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମରେ ବାବା ସର୍ବେଶ୍ଵର ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି | ଏହି ୨ ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଭାଗ ନେଇଥିଲେ | ଆଜି ଫାଇନାଲ ମ୍ଯାଚଟି ମେଣ୍ଡ୍ରା ଓ ବିଜାପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ମେଣ୍ଡ୍ରା ଦଳ ୧-୦ ଗୋଲରେ ବିଜାପୁର ଦଳକୁ ହରାଇ ବିଜୟୀ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ର ପୂର୍ବତନ ବିଧାୟକ ଭୁଜବଳ ମାଝୀ ଯୋଗଦେଇ ବିଜୟୀ ଦଳକୁ ୫ ହଜାର ଟଙ୍କା ସହ ଟ୍ରଫି ଓ ପରାଜିତ ଦଳକୁ ୪ ହଜାର ଟଙ୍କା ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ | ସମ୍ମାନିତ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ | ଏଥିରେ କମିଟିର ଘାସିରାମ ସାନ୍ତା, ଲଚ୍ଛମନ ସାନ୍ତା, ଚକ୍ର ସାନ୍ତା, ଆଶୁ ସାନ୍ତା, ଲଳିତସାନ୍ତା, ମୋତିରମ ସାନ୍ତା, ଧରମ ଦାସ ଗଣ୍ଡ, ରାଦବ ସାନ୍ତା, ଭଗବାନ ସାନ୍ତା ଓ ଗଗନ ପାଣିଗ୍ରାହୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ |

related posts

Leave a Comment