Home Breaking News / ତାଜା ଖବର ଲଖିମପୁର ଯିବାକୁ ଉଦ୍ୟମ କରି ରାହୁଲ ଗାନ୍ଧି ଅଟକ, ଗସ୍ତକୁ ଅନୁମତି ଦେଲାନାହିଁ ୟୁପି ପ୍ରଶାସନ

ଲଖିମପୁର ଯିବାକୁ ଉଦ୍ୟମ କରି ରାହୁଲ ଗାନ୍ଧି ଅଟକ, ଗସ୍ତକୁ ଅନୁମତି ଦେଲାନାହିଁ ୟୁପି ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉତରପ୍ରଦେଶରେ ଗତ ରବିବାର ଘଟିଥିବା ହିଂସାକାଣ୍ଡ ଓ ୮ ଜଣଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ଶକ୍ତି ସହ ସାମ୍ନାକୁ ଆସୁଛି । ଶାସକ ଦଳ ବିରୋଧରେ ଶକ୍ତି ପ୍ରଦର୍ଶନ ସହିତ ମୃତକଙ୍କ ପରିବାରକୁ ଭେଟିବାକୁ ଆଜି ରାହୁଲ ଗାନ୍ଧି ଦିଲ୍ଲୀରୁ ଲଖନୌରୁ ଲଖିମପୁର ବାହାରିଛନ୍ତି । ସାଥିରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନୀଙ୍କୁ ନେଇ ଲଖିମପୁର ବାହାରିଥିବା ରାହୁଲ ଗାନ୍ଧିଙ୍କୁ ଅଟକାଇଛି ୟୁପି ପୋଲିସ । ସୂଚନା ଅନୁସାରେ ଉତରପ୍ରଦେଶ ସରକାର ରାହୁଲଗାନ୍ଧୀଙ୍କୁ ଲଖିମପୁର ଯିବାକୁ ଅନୁମତି ପ୍ରଦାନ କରିନାହାନ୍ତି । ଘଟଣା ସ୍ଥଳରେ ଶାନ୍ତି ଭଂଗ ହେବା ଏବଂ ପରିବେଶ ଅଧିକ ଅଶାନ୍ତା ହେବା ଆଶଙ୍କା ଦେଖାଇ ୟୁପି ସରକାର ରାହୁଲଙ୍କ ଲଖିମପୁର ଗସ୍ତକୁ ଅନୁମତି ଦେଇନାହାନ୍ତି । ଯାହାକୁ ନେଇ ରାହୁଲ ସାଂବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ୟୁପିରେ ଗଣତନ୍ତ୍ରର ହତ୍ୟା କରାଯାଉଛି । କୃଷକଙ୍କୁ ଗାଡି ଚଢାଇ ମାରି ଦିଆଯାଉଛି । କେହି ଏହାକୁ ନେଇ ପ୍ରଶ୍ନ ଉଠାଇଲେ ସେମାନଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରୁଛି ବିଜେପି ସରକାର ।

related posts

Leave a Comment