Home Breaking News / ତାଜା ଖବର ଲଖିମପୁର ଖେରିରେ ରାହୁଲ-ପ୍ରିୟଙ୍କା, ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା

ଲଖିମପୁର ଖେରିରେ ରାହୁଲ-ପ୍ରିୟଙ୍କା, ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉତରପ୍ରଦେଶ ରାଜନୀତିରେ ପ୍ରବଳ ଘମାସାନ ପରେ ରାହୁଲ ଗାନ୍ଧିଙ୍କୁ ଲଖିମପୁର ଖେରିରେ ହିଂସାକାଣ୍‌ଡ ମୃତକଙ୍କୁ ଭେଟିବାକୁ ମିଳିଲା ଅନୁମତି । ଏହା ପରେ ରାହୁଲ ଗାନ୍ଧି ଲଖନୌ ବିମାନବନ୍ଦରରୁ ସୀତାପୁର ଗେଷ୍ଟ ଆସିଥିଲେ । ସେଠାରୁ ସାଥୀରେ ପ୍ରିୟଙ୍କା ଗାନ୍ଧି , ପଂଜାବ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ସାଥୀ କରି ଲଖିମପୁର ଖେରିରେ ହିଂସାକାଣ୍ଡ ମୃତକଙ୍କ ପରିବାରକୁ ସାକ୍ଷାତ କରିଛନ୍ତି ।
ପ୍ରଥମେ ଖେରିରେ ପହଁଚିବା ପରେ ରାହୁଲ-ପ୍ରିୟଙ୍କା ପାଲିଆରେ ମୃତ ଚାଷୀ ପରିବାରକୁ ଭେଟିଥିଲେ । ପାଲିଆରେ ମୃତ ଲବପ୍ରୀତଙ୍କ ବାପା-ମାଆ ଓ ଦୁଇ ଉଭଣୀଙ୍କୁ ଭେଟିଥିଲେ ରାହୁଲ । ଏହା ପରେ ନିଘାସନରେ ମୃତ ଚାଷୀଙ୍କ ପରିବାରକୁ ଭେଟିଥିଲେ ରାହୁଲ-ପ୍ରିୟଙ୍କା ଏବଂ ତାଙ୍କର କଂଗ୍ରେସ ପ୍ରତିନିଧି ଦଳ ।
ଋାହୁଲଙ୍କ ସହିତ ପ୍ରିୟଙ୍କା ଗାନ୍ଧି, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚୈନୀ ଗସ୍ତ କରି ମୃତକଙ୍କ ପରିବାରକୁ ଭେଟିଥିଲେ । ମୃତ ଚାଷୀଙ୍କ ପରିବାରକୁ ନ୍ୟାୟ ଦେବା ଯାଏଁ କଂଗ୍ରେସ ହାତ ବାନ୍ଧି ବସିବ ନାହିଁ ବୋଲି ରାହୁଲ କହିଛନ୍ତି । ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିବା ଯାଏଁ କଂଗ୍ରେସ ଲଢେଇ କରିବ ବୋଲି କହିଛନ୍ତି ରାହୁଲ-ପ୍ରିୟଙ୍କା ।

related posts

Leave a Comment