Home Breaking News / ତାଜା ଖବର ଦାବୀ ପୂରଣ ନେଇ ଏଫସିଆଇ ଶ୍ରମିକ ସଂଗଠନର ଅନିର୍ଦିଷ୍ଟ କାଳ ଯାଏ ଧାରଣା

ଦାବୀ ପୂରଣ ନେଇ ଏଫସିଆଇ ଶ୍ରମିକ ସଂଗଠନର ଅନିର୍ଦିଷ୍ଟ କାଳ ଯାଏ ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ –6/10(ସୁନୀଲ ପଟନାୟକ): ବିଭିନ୍ନ ଦାବୀ ପୂରଣ ନେଇ ଫୁଲବାଣୀ ଏଫ ସି ଆଇ ର ଶ୍ରମିକ ସଂଗଠନ ପକ୍ଷରୁ ଏଫଆଇ ସମ୍ମୁଖରେ ଧାରଣା ଦିଆଯାଇଛି l ଏହି ଶ୍ରମିକ ମାନେ ବିଭିନ୍ନ ବ୍ଲକ ଓ ପଂଚାୟତ ଆଦି କୁ ଏଠାରୁ ଯାଉଥିବା ଚାଉଳ ସବୁ ଲୋଡିଙ୍ଗ ଆଉ ଅନ ଲୋଡିଙ୍ଗ କରି ଦୁଇ ପଇସା ରୋଜ଼ଗାର କରିଥାନ୍ତି l ଏଥିରେ ସେମାନଙ୍କ ପରିବାର ଚଳେ l
ଏହି ଶ୍ରମିକ ମାନେ ବର୍ତମାନ ଜ଼ିଲ୍ଲାର ୮ ଗୋଟି ବ୍ଲକ ର ଚାଉଳ ଲୋଡିଙ୍ଗ କରୁଥିଲେ l ଏବେ କୁଆଡେ ଦୁଇଟା ବ୍ଲକ କୁ କ. ନୂଆଗାଁ ଗୋଦାମ ଅଧୀନକୁ ନେଇଯିବା ଫଳରେ ସେମାନଙ୍କ ଜୀବିକା ବିପନ୍ନ ହୋଇପଡିଥିବା ସଂଗଠନ ସଭାପତି କେଶବ ଚନ୍ଦ୍ର ଡିଗାଲ ଓ ସମ୍ପାଦକ ଦଶରଥ ସାହୁ କହିଛନ୍ତି l
ଏହି ଦୁଇ ବ୍ଲକ ଏଠାରୁ ନ ନେବାକୁ ଦାବୀ କରି ଗତ ସୋମବାର ଠାରୁ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି l
ପୂର୍ବଅବସ୍ଥା କୁ ଫେରାଇ ନ ଆଣିବା ଯାଏ ଏହି ଧାରଣା ଚାଲୁ ରହିବ ବୋଲି ସମ୍ପାଦକ ସାହୁ ସୂଚନା ଦେଇଛନ୍ତି l
କିଛି ବେସରକାରୀଗୋଦାମ ମାଲିକ ଚଂଚକତା କରି ଉପର ସ୍ତରରେ ଲାଞ୍ଚ ମିଛ ଦେଇ ଦୁଇଟି ବ୍ଲକ କୁ କ ନୂଆଗାଁ ଅଂଚଳ କୁ ନେଇଯାଇଥିବା ଅଭିଯୋଗ କରିଛି ସଂଘ l
ଏଣୁ ଯୋଗାଣ ବିଭାଗ କତୃପକ୍ଷ ଏହାର ପୁନଃବିଚାର କରି ବାକୁ ଦାବୀ କରିଛି ସଂଗଠନ

related posts

Leave a Comment