Home Breaking News / ତାଜା ଖବର ଦଳୀୟ ଇର୍ଷା କାରଣରୁ କମୁଛି ଭାଜପର ଲୋକ ପ୍ରିୟତା

ଦଳୀୟ ଇର୍ଷା କାରଣରୁ କମୁଛି ଭାଜପର ଲୋକ ପ୍ରିୟତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୬/୧୦-(ଧନେଶ୍ବର ରାଉତ)-ଓଡିଶା ରାଜନୀତିରେ ଝଡ଼ ସୃଷ୍ଟି କରିଥିବା ଲୋକ ପ୍ରିୟଭାରତୀୟ ସାଂସଦ ଶ୍ରୀମତୀ ଅପରାଜିତା ସଡଙ୍ଗୀଙ୍କ ଗସ୍ତକୁ ନେଇ ଦଳୀୟ ଆଗ୍ରହ କମିଥିବାରୁ କର୍ମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ସାଂସଦଙ୍କ ଗସ୍ତକୁ ନେଇ ଉତ୍ସାହିତ ରହିଥିବା କର୍ମୀଙ୍କ ମନରେ ଦଳୀୟ ହୁଇପକୁ ନେଇ ମତଭେଦ ରହିଥିବା ବେଳେ କେତେକ ଏହି ହୁଇପକୁ ନ ମାନି ଅହେତୁକ ଭାବେ ନିଯଜୁ ସାମିଲ କରିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ତଥା ଜିଲା ର ନେତୃତ୍ୱ ବୃନ୍ଦ କାହିଁକି ଏପରି କରୁଛନ୍ତି ତାହା ସାଧାରଣ ଜନତାଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁଇ ଦିନିଆ ଦକ୍ଷିଣ ଓଡିଶା ଗସ୍ତରେ ଆସିଥିବା ସାଂସଦଙ୍କ ଜନ ସଭା କୁ ସମ୍ବୋଧନ କରିବାକୁ ଦଳୀୟ କର୍ମୀଙ୍କ ମନରେ ଅଧିକ ଉତ୍ସାହ ରହିଥିବା ବେଳେ ଦଳୀୟ ହୁଇପ ଯୋଗୁଁ ମନ ଖୋଲି ଭାଗ ନେଇନଥିଲେ। କିନ୍ତୁ ଅନେକ ଦଳୀୟ ହୁଇପକୁ ଖାତିର ନକରି ନିଜର ଜନ ପ୍ରିୟ ନେତାଙ୍କ ଭାଷଣ ଶୁଣିବାକୁ ଉତ୍ସାହ ଦେଖାଇ ଥିଲେ ହୁଇପକୁ ଖାତିର କରିନଥିଲେ। ଭାଜପା ଗସ୍ତ ବେଳେ ଦାଇତ୍ୱ ନେବାକୁ ମନା କରିଥିବା ଯୋଗୁଁ ବିଶ୍ବହିନ୍ଦୁ ପରିଷଦ ଅଗ୍ରହରେ ଭବ୍ୟ ସ୍ୱାଗତ କରି ଏକ ବିଶାଳ ଜନ ସମାବେଶ ଆୟୋଜନ କରାଯାଇଥିଲା। ଏଥିରେ ଜନ ପ୍ରିୟ ବିଶ୍ୱ ହିନ୍ଦୁ ପରିଷଦ ର ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜିଲାର ବାଇକ ରାଲି ଠାରୁ ଆରମ୍ଭ କରି ଭୋଜନ ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଗୁଣୁପୁର ଠାରେ ଏକ ବୁଦ୍ଧିଜୀବୀ ସମିଳନୀ ସାରି ଗୁଡାରି ଓ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମିନାଝୁଲା ଶୈବ ପୀଠ ରେ ଏକ ଜନ ସମୂହକୁ ସମ୍ବୋଧିତ କରିଥିଲେ। ଏଥିରୁ ଜଣା ପଡୁଛି କି ଲୋକପ୍ରିୟ ନେତାଙ୍କୁ ନେଇ ଦଳୀୟ କନ୍ଦଳ ରହିବା ସ୍ୱଷ୍ଟ ବାରିହେଉଛି। ଜିଲ୍ଲା ଖାଲି ନାହିଁ ରାଜ୍ୟରେ ମଧ୍ୟ ଦଳରେ ମତଭେଦ ରହିଥିବା ବାହାରକୁ ଆସିଛି। ଏହାର ଉଦାହରଣ ଗତ ଦିନରେ ଭୁବନେଶ୍ୱର ମହାନଗର ନିଗମରେ ରହିଥିବା ସାଂସଦଙ୍କ କାର୍ଯ୍ୟାଳୟକୁ ଉଦ୍ୟେସ ମୂଳକ ଭାବେ ନିଗମ ତରଫରୁ ବଳ ପୂର୍ବକ ଜବରଦସ୍ତି ବେ ଆଇନ ଭାବେ ବନ୍ଦ କରିବା କୁ ନେଇ ଭାଜପା ମୁହଁ ନ ଖୋଲିବା କି ତାଙ୍କ ସପକ୍ଷରେ କିଛି ନକହିବା ଏହାର ନିଦର୍ଶନ ଅଟେ। ଏଥିରୁ ଜଣା ପଡୁଛି କି ଦଳ ଦୁଇ ଭାଗରେ ବିଭକ୍ତ ଗୋଟିଏ ଅପରାଜିତା ଟିମ ହେଇଥିବା ବେଳେ ଅନ୍ୟଟି କାହା ଇଙ୍ଗିତରେ ଚାଲିଛି ତାହା ସହଜରେ ଅନୁମେୟ, ତେଣୁଦଳ ଦୁର୍ବଳ ହେଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

related posts

Leave a Comment