Home Breaking News / ତାଜା ଖବର ଫୁଲବାଣୀ ପୌରସଫେଇ କର୍ମଚାରୀଙ୍କୁ ବଡ଼ା ଖାନା

ଫୁଲବାଣୀ ପୌରସଫେଇ କର୍ମଚାରୀଙ୍କୁ ବଡ଼ା ଖାନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୫/୧୦(ସୁନୀଲପଟନାୟକ): ଆଜାଦିକି ଅମୃତ ମହୋତ୍ସବ ର ଉଦ ଯାପିତ ଅବସରରେ ଫୁଲବାଣୀ ପୌରପରିଷଦ ଅଞ୍ଚଳକୁ ସ୍ବଛ ସୁନ୍ଦର ଓ ନିର୍ମଳ ରଖିବାରେ ସଫେଇ କର୍ମଚାରୀଙ୍କ ଯୋଗଦାନ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ସେମାନଙ୍କୁ ଯେତେ ପ୍ରସଂସା କଲେ ବି କମ ହେବ ବୋଲି ଏହି ଅବସରରେ ଆୟୋଜିତ ସଭାରେ ଯୋଗ ଦେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ମତବ୍ୟକ୍ତ କରିଥିଲେ । ପୌରାଞ୍ଚଳ କୁ ସର୍ବଦା ସୂଛସୁନ୍ଦର ନିର୍ମଳ ରଖିବା ନିମନ୍ତେ ସେ ବିଶେଷ ଦୃଷ୍ଟି ଦେଉଛନ୍ତି ଓ ଏଥିରେ ସହର ବାସୀଙ୍କ ସହଯୋଗ କାମନା କରିଥିଲେ। ସେହିପରି ମୁଖ୍ୟଅତିଥି ଭାବେ ଉପଜିଲାପାଳ ଶେଷଦେବ ମିଶ୍ର ଯୋଗ ଦେଇ ସର୍ବଦା ନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟକରୁଥିବାରୁ ସଫେଇ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ଭୁୟସୀ ପ୍ରସଂସା କରିଥିଲେ ।
ବର୍ତମାନ ରାତ୍ରୀ ୧୧ଟାସମୟରେ ମଧ୍ଯ ପୁରୁଷ ଓ ମହିଳାସଫେଇ କର୍ମଚାରୀମାନେ ରାସ୍ତାଘାଟ ପରିଷ୍କାର କରୁଥିବା ଦେଖାଯାଇଛି । ବର୍ତ୍ତମାନ ଦାୟୀତ୍ଵରେ ଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ କାର୍ଯ୍ୟଦକ୍ଷତା ଉନ୍ନତ ଚିନ୍ତାଧାରା ସହ କାର୍ଯ୍ୟଶୈଳୀକୁ ଏହି ଅବସରରେ ପ୍ରସଂସା କରାଯାଇଥିଲା। ନିର୍ବାହୀ ଅଧିକାରୀ ବେହେରା ଙ୍କ ସ୍ଵଳ୍ପସମୟରେ କରେ। ନା ମୁକା କିଲା ସହ
ସହରରାସ୍ତାଘାଟ 6ର ବିଦ୍ୟୁତ ଆଲୋକ ସହ ପାର୍କ ପ୍ରତିଷ୍ଠା, ସଫେଇ, ଉନ୍ନତ ଧରଣର ରାସ୍ତା ଆଦି ତିଆରି ହୋଇପାରିଥିବା ଦେଖିବାକୁ ମିଳିଥିବା କହିଥିଲେ ।ଏହି ଅବସରରେ ମୁଖ୍ୟଅତିଥି ଉପଜିଲାପାଳ ମିଶ୍ର ନୂତନ ବ୍ୟାଟେରୀ ଚାଳିତ ସଫେଇଗାଡିର ଶୁଭ ଉଦ୍ଘାଟନ କରିଥିଲେ।
ପରେ କର୍ମଚାରୀଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ପ୍ରସ୍ତୁତ ବଡ଼ା ଖାନା ପ୍ରସ୍ତୁତି କରାଯାଇ ଥିଲ। ସମସ୍ତେ ମିଶି ମଧ୍ୟାହ୍ନ ଭୋଜନ ଖାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସାନିଟାରୀ ଇନସପେକ୍ଟର ବିଲି ପ ପଟ୍ଟନାୟକ,ଙ୍କ ସମେତ ଯନ୍ତ୍ରୀ,ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

related posts

Leave a Comment