Home Breaking News / ତାଜା ଖବର ମୋଟୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ, ଦୁଇ ଯୁବକ ଗୁରୁତର

ମୋଟୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ, ଦୁଇ ଯୁବକ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ଚୋରି ମାମଲାରେ ଅଟକ ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି। ତିନି ଦିନ ଧରି ଥାନାରେ ଅଟକ ରଖି ଥାନାରେ ଉଭୟଙ୍କୁ ମାଡ଼ ମରାଯାଇଥିବାରୁ ଏବେ ଦୁଇ ଯୁବକ ଗୁରୁତର ହୋଇ ଏମଭି-୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ଏମଭି-୮୧ ଗାଁରୁ ଅଭିଜିତ ବିଶ୍ୱାସଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ଘଟଣାକୁ ନେଇ ଗାଁ ଲୋକେ ଦୁଇ ଯୁବକଙ୍କୁ ସନ୍ଦେହ କରିଥିଲେ। ଏନେଇ ଗାଁରେ ବସିଥିଲା ପଞ୍ଚାୟତ। ଗାଁର ନିଷ୍ପତ୍ତି ଅନୁସାରେ ଏହି ଦୁଇ ଯୁବକ ବିନୋଦ ବିଶ୍ୱାସ ଏବଂ ବିପ୍ଳବ ହାଲଦାରଙ୍କ ନାଁରେ ପୁଲିସ ନିକଟରେ ଲିଖିତ ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ଉଠାଇ ନେଇଥିଲା। ତେବେ ଥାନା ହାଜତରେ ତିନିଦିନ କାଳ ଏହି ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବାର ଅଭିଯୋଗ କରିଥିଲେ ସେମାନଙ୍କ ପରିବାର ବର୍ଗ ତାହାସହ ନ୍ୟାୟ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କୁ ପଚରାଯିବା ପରେ ସେ କହିଛନ୍ତି, ଗାଁ ଲୋକେ ଯୁବକଙ୍କୁ ମାଡ଼ ମାରିଛନ୍ତି। ପୁଲିସ ହାଜତରେ ଦୁଇ ଯୁବକଙ୍କୁ ମାଡ଼ ମରାଯାଇନାହିଁ। ଗାଁ ଲୋକେ ଉଭୟଙ୍କୁ ମାଡ଼ ମାରିବା ପରେ ପୁଲିସ ଜିମା ଦେଇଥିଲେ। ଏନେଇ ଘଟଣାର ତଦନ୍ତ କରାଯାଉଛି।

related posts

Leave a Comment