Home Breaking News / ତାଜା ଖବର ବନ୍ଧୁକ ଫୁଟାଇ ଲୁଟ୍

ବନ୍ଧୁକ ଫୁଟାଇ ଲୁଟ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ବାଇକ ଆସି ବନ୍ଧୁକରୁ ଫାଙ୍କା ଗୁଳି ଫୁଟାଇ ଏସ ବି ଆଇ ଗ୍ରାହକ ସେବାକେନ୍ଦ୍ର ରୁ ୧ ଲକ୍ଷ ୨୯ ହଜାର ଟଙ୍କା ଲୁଟ କରିନେଲେ ତୃବୃର୍ତ୍ତ । ଏ ଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ତଥା ପାଗା ଫାଣ୍ଡି ଅଧିନସ୍ଥ ପୁରୁଷୋତ୍ତମପୁର ଗାଁ ରେ । ଗାଁ ନିକଟସ୍ଥ ବଜାରରେ ଥିବା sbi ସେବା କେନ୍ଦ୍ର କୁ ଏକ ବାଇକ୍ ଯୋଗେ ଦୁଇ ଜଣ ଦୃବୃର୍ତ୍ତ ଆସି ହଠାତ ବନ୍ଧୁକ ବାହାର କରି ଭୟାବୀତ ସହିତ ୧ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇବା ସହ ଲୁଟି ନେଲେ ୧ ଲକ୍ଷ ୨୯ ହଜାର ଟଙ୍କା ଦୁବୃତ।ଘଟଣା ସ୍ଥଳରୁ ଏକ ଖୋକା ଜବତ କରିଛି ଜଗତପୁର ପୋଲିସ। ଏ ନେଇ ଗ୍ରାହକ ସେବାକେନ୍ଦ୍ର ର ମାଲିକ ପାଗା ଫାଣ୍ଡି ରେ ଅଭିଯୋଗ କଲା ପରେ ପୋଲିସ ତନାଘନା କରିଛି । ଘଟଣା ସ୍ଥଳରେ କଟକ ଜୋନ ୧ ଏସିପି ଅମରେନ୍ଦ୍ର ନାରାୟଣ ପଣ୍ଡା ଜଗତପୁର ଥାନା ଅଧିକାରୀ ଆସି ତଦନ୍ତ କରି ଫେରିଛନ୍ତି । ହେଲେ ଲୁଟେରା ଙ୍କ ଟେର୍ ପାଇନି ପୋଲିସ। ଏ ସଂପର୍କରେ ଗ୍ରାହକ ସେବାକେନ୍ଦ୍ରର ର ଏଜେଣ୍ଟ ଙ୍କ ପ୍ରତିକିୟା ମିଳିପାରିନି ।

related posts

Leave a Comment