Home Breaking News / ତାଜା ଖବର ବିସ୍ମୟି ବାଳିକା ବିଦୁସ୍ମିତା

ବିସ୍ମୟି ବାଳିକା ବିଦୁସ୍ମିତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସାଧାରଣତଃ ଆଖିରେ ଦେଖି ଯେଉଁ କାର୍ଯ୍ୟ କରିହୁଏ ତାକୁ ଆଖି ବନ୍ଦ କରି ସେହିଭଳି କାର୍ଯ୍ୟ କରିପାରୁଛନ୍ତି 14 ବର୍ଷର ଛାତ୍ରୀ ବିଦୁସ୍ମିତା | ବୟସକମ ହେଲେବି ଆଖିରେ ପଟି ବାନ୍ଧି ସାଇକେଲ୍ ଚଲେଇବା ସହ ପାଠ ପଢିବା ଏବଂ ଲେଖି ପରିବା ଭଳି କାର୍ଯ୍ୟ ସେ ପାରୁଛନ୍ତି | ଫଳରେ ଯେ କେହି ଦେଖୁଚି ଆଶ୍ଚର୍ଯ୍ୟ ହେଉଛି l
ଏମିତି ଏକ ବିସ୍ମୟ ଆଉ ନିଆରାପ୍ରତିଭା ଧାରୀ ଛାତ୍ରୀ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ର ଜି.ଇ.ଡି କଲୋନୀରେ |-
କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ଜି.ଇ.ଡି କଲୋନୀ ରେ ରହୁଛନ୍ତି ବିଦୁସ୍ମିତା lସ୍ଥାନୀୟ ପବ୍ଲିକ ସ୍କୁଲ ର ନବମ ଶ୍ରେଣୀର ଛାତ୍ରୀ ହେଉଛନ୍ତି ବିଦୁସ୍ମିତା | ବୟସରେ ସାନ ହେଲେବି ତାଙ୍କର ବିସ୍ମୟକର ପ୍ରତିଭା ସମସ୍ତଙ୍କୁ ଚକିତ କରିଛି | ଆଖିରେ ପଟି ବାନ୍ଧି ପାଠ ପଢୁଥିବା ସହ ନିଖୂଣ ଭାବରେ ଲେଖି ମଧ୍ଯ ପାରୁଛନ୍ତିସେ | ପିଲାଟି ଦିନରୁ ଦୁଷ୍ଟ ହଉଥିବା ଯୋଗୁ ମା ଅର୍ଚନା ପ୍ରଧାନ ଏବଂ ବାପା ବଳରାମ ପ୍ରଧାନ ଚିନ୍ତାରେ ରହୁଥିଲେ | ମା ଅର୍ଚନା ର କଲିକତା ରେ ରହୁଥିବା ଜଣେ ବନ୍ଧୁ ଜାଣିବାପରେ ଝିଅ କୁ ଯୋଗକଲେ ନିଜକୁ ସ୍ଥିର ରଖି ପାରିବ ବୋଲି କହିଥିଲେ | କଲିକତା କୁ ଯାଇ ତିନି ମାସ ଯୋଗ ପ୍ରଶିକ୍ଷଣ ନେବାପାଇଁ ବିଦୁସ୍ମିତାର ମା କୁ କହିଥିଲେ l
ବାପା ବଳରାମ ଏବଂ ମା ଅର୍ଚନା ନିଷ୍ପତ୍ତି ନେଇ କଲିକତା ରେ ଏଭଳି ଏକ କଳା ଏବଂ ଯୋଗ ପ୍ରଶିକ୍ଷଣ ଦେବାପାଇଁ ନିଷ୍ପତ୍ତି ନେଲେ | ଝିଅକୁ ଯୋଗ ପ୍ରଶିକ୍ଷଣ ନେବା ପାଇଁ ତିନି ମାସ
କଲିକତା ପଠାଇ ଥିଲେ | ଝିଅ ଫୁଲବାଣୀ ଫେରିବା ପରେ ତା ଭିତରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ବୋଲି କୁହନ୍ତି ବାପା lବିଦୁସ୍ମିତା ର ଏହା ମଧ୍ୟରେ ଘ୍ରାଣ ଶକ୍ତି ବଢିବାରେ ଲାଗିଥିଲା | ଯାହା ଫଳରେ ବିଦୁସ୍ମିତା ଆଖିରେ ପଟି ବାନ୍ଧି ଯେକୈଣସି ବସ୍ତୁ କୁ ଶୁଙ୍ଘି ତାହାର ରଙ୍ଗ ଚିହ୍ନି ପାରୁଛନ୍ତି |

ବିଦୁସ୍ମିତା ଘ୍ରାଣ ଶକ୍ତି ଏତେ ପ୍ରଖର ହେଉଛିଯେ ଯିଏବି ଦେଖିଲେ ଚକିତ ହେବେ | ଆଖିରେ ପଟି ବାନ୍ଧି ବିଭିନ୍ ରଙ୍ଗର ପେନସିଲ ଶୁଙ୍ଘିକି କହିପାରନ୍ତି | ଯେ କୌଣସି ବସ୍ତୁ କୁ ଥରୁଟିଏ ତାହାର୍ ବାସ୍ନା ନେବା ପରେ 20 ରୁ 50 ମିଟର ଭିତରେ ଲୁଚାଇ ଥିଲେ ମଧ୍ଯ ଆଖିରେ ପଟି ବାନ୍ଧି ସେ ବସ୍ତୁକୁ ଖୋଜି କାଡ଼ି ପାରନ୍ତି | ଏବଂ ଯେ କୌଣସି ବୋହି କୁ ଶୁଙ୍ଘି କି ପଢି ପାରନ୍ତି ଏବଂ ଲେଖି ମଧ୍ଯ ପାରନ୍ତି | ସାଧାରଣ ତଃ ଆମେ ଆଖି ବନ୍ଦକରି ପଦେ ଚାଲିବା କଷ୍ଟ କର କିନ୍ତୁ ବିଦୁସ୍ମିତା ଆଖିରେ ପଟି ବାନ୍ଧି ସାଇକେଲ୍ ଚଲେଇ ପାରୁଛନ୍ତି | ବାପା ବଳରାମ କହନ୍ତି କି ଯଦି ମୁଣ୍ଡ ବ୍ୟଥା ବା ହାତ ଗୋଡ଼ ବ୍ୟଥା ହୋଉଥିଲେ ଅତି କମ୍ ସମୟରେ ଭଲ କରିପାରନ୍ତି ଝିଅ ବିଦୁସ୍ମିତା | ଏଭଳି ପ୍ରତିଭାକୁ ଦେଖି ପାଖ ପଡୋଶୀ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ |
ବିଦୁସ୍ମିତା ର ଏଭଳି କାର୍ଯ୍ୟ ନିଶ୍ଚିତ ଏକ ବିସ୍ମୟ ବୋଲି କହିଲେ ଭୁଲ ହେବ ନାହିଁ

related posts

Leave a Comment