Home Breaking News / ତାଜା ଖବର ୧୫୦୦ କେଜିରୁ ଅଧିକ ଗଂଜେଇ ଜବତ ସହ ଜଣେ ଗିରଫ

୧୫୦୦ କେଜିରୁ ଅଧିକ ଗଂଜେଇ ଜବତ ସହ ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ଅଂଶୁମାନ ଡିବେଦୀ ଙ୍କ ଅଲ କ୍ଲିଆର ନୀଳ ଜହର,, ଗୋଟେ ପରେ ଗୋଟେ ସଫଳତା ମିଳି ଚାଲିଛି। , ପେଟ୍ରୋଲିଙ୍ଗ ବେଳେ ପୋଲିସ ଦ୍ବାରା ୧୫00 କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ସହ ଜଣେ ଗିରଫ। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦୁବେଦୀଙ୍କ ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବରପାଇ ଗତକାଲି ରାତିରେ ଚିତ୍ରକୋଣ୍ଡା ପୋଲିସ ର ଗୋଟିଏ ଟିମ ଚିତ୍ରକୋଣ୍ଡା ଓଆଇସି ଏସ ପି ନାୟକ ଙ୍କ ନେତୃତ୍ୱରେ ରେଖାପାଲି – ଦାରାକୋଣ୍ଡା ରାସ୍ତାରେ ରାତ୍ର କାଳୀନ ଯାଞ୍ଚ କରିବା ସମୟରେ ଗୋଟିଏ ଟାଟା ଏସି ଗାଡି ନମ୍ବର ଏ.ପି ୨୭ ଟି ୱାଇ ୪୭୭୪ କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୫୦ ଟି ଧଳା ପେକେଟ ବସ୍ତାରେ ଗଞ୍ଜେଇ ପାଇଥିଲେ । ତାହାକୁ ଓଜନ କରିବାରୁ ୧୫୦୧ କେଜି ୨୫୦ ଗ୍ରାମ ହେଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି। ଏହି ଗଞେଇ ଆନ୍ଧ୍ର ପ୍ରଦେଶର ରାଜମଣ୍ଡ୍ରି କୁ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛନ୍ତି । ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ ଓ ୯୫୦ ଟଙ୍କା ଜବତ ହେଇଥିବା ପୋଲିସ ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଜାରି ରହିଛି ଳ

related posts

Leave a Comment