Home Breaking News / ତାଜା ଖବର ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଦାବିପତ୍ର

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୫/୧୦(ସୁନୀଲପଟନାୟକ): ଦିନକୁ ଦିନ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧିକରିବାରେ ଲାଗିଛନ୍ତି ହେଲେ ନିରବିଛିନ୍ନ ଭାବରେ ବିଦ୍ୟୁତ ସେବା ଯୋଗାଇଦେବାରେ ବିଫଳ ହେଉଛନ୍ତି। ଅଭିଯୋଗ କଲେ ଶୁଣୁଛିବା କି ଏ?
ଏବେ ସରକାର ଟାଟା ହାତରେ ବିଦ୍ୟୁତ ବିତରଣ ଦାୟୀତ୍ଵ ସମର୍ପୀ ଦେଇଛନ୍ତି । ଫଳରେ ଟାଟା କମ୍ପାନୀ ବିଦ୍ୟୁତ ଦେୟ ବଢ଼ାଇଚାଲିଛି । ଗରୀବଲୋକେ ହନ୍ତସନ୍ତ ହେଉଛନ୍ତି । ସେହିପରି ପ୍ରତିମାସରେ ମିଟର ରିଡିଙ୍ଗ ନ ନେଇ ଦୁଇ ତିନିମାସରେ ସୁବିଧା ଦେଖି ନେବା ଫଳରେ ଅଧିକା ଟଙ୍କାବିଲଆସୁଛି ବୋଲି ବିଜେପିର ନେତା ତଥା ଜିଲ୍ଲା ଉପସଭାପତି ରମେଶ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ଦେବ ନାରାୟଣ ପ୍ରଧାନ ପ୍ରମୁଖ ଅଭିଯୋଗ କରିବା ସହ ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ଦାବୀ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗୋଲକ କହଁର ଅଶୋକ ମିଲିକ, ଆଦିତ୍ୟ କହର ପ୍ରମୁଖ ଯୋଗ ଦେଇ ଥିଲେ।
ସରକାର ଏହାର ତୁରନ୍ତ ପୁର୍ନବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋର ଦାର କରାଯିବ ବୋଲି ଉପସଭାପତି ମହାନ୍ତି ଚେତ। ବନୀ ଦେଇଛନ୍ତି ।

related posts

Leave a Comment