Home Breaking News / ତାଜା ଖବର ଘର କାନ୍ଥ ଭୁଷୁଡିପଡିବା ଫଳରେ ଗୃହକର୍ତ୍ତାଙ୍କ ଗୋଡ଼ ଭାଙ୍ଗିଗଲା

ଘର କାନ୍ଥ ଭୁଷୁଡିପଡିବା ଫଳରେ ଗୃହକର୍ତ୍ତାଙ୍କ ଗୋଡ଼ ଭାଙ୍ଗିଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୪/୧୦(ସୁନୀଲ ପଟନାୟକ): ବାତ୍ୟା ଓଲଗାଣ ବର୍ଷାରେ ଝାଟିମାଟି ଘରଟି ବତୁରି କରିଥିଲା ଗତକାଲି ରବିବାର ଅପରାହ୍ନରେ ହଠାତ ଘର ର ମାଟିକାନ୍ଥ ଭୁଷୁଡି ପଡିଥିଲା। ଫଳରେ ଗୃହ କର୍ତ୍ତା ଆନନ୍ଦେଶ୍ଵର ପ୍ରଧାନ ଘରେ ଶୋଇଥିବାରୁ ତାଙ୍କ ଉପରେ କାନ୍ଥ ଭୁଷୁଡି ପଡିଥିଲା। ଯାହା ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ମଧ୍ୟ ସେ ଆହତ ହୋଇଛନ୍ତି । ତାଙ୍କର ଗୋଡ଼ ଭାଙ୍ଗିଯାଇଛି ା
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ସୁଗଡ଼ବାଡି ପଞ୍ଚାୟତ ରେ ।
ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଆହତ ଅବସ୍ଥାରେ ଘରୁ ଉଦ୍ଧାର କରି ଆନନ୍ଦେଶ୍ଵରଙ୍କୁ ପ୍ରଥମେ ରାଇକିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା ଓ ପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନ।ନ୍ତର
କରାଯାଇଛି।
ଆନନ୍ଦେଶ୍ଵର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବାଲାଗି ପଞ୍ଚାୟତ ଠୁ ଆରମ୍ଭ କରି ବିଡ଼ିଓଙ୍କୁ ମଧ୍ୟ ବହୁବାର ଜଣାଇଥିଲେ ହେଲେ ତାଙ୍କୁ ଘରଖଣ୍ଡିଏ ମିଳିନଥିଲା,
ବର୍ତ୍ତମାନ ଆହତ ଆନନ୍ଦେଶ୍ଵରଙ୍କୁପ୍ରଶାସନ ପକ୍ଷରୁ ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହ କ୍ଷତି ପୁରଣ ସହାୟତା ସାଙ୍ଗକୁ ଆବାସ ଯୋଜନାରେ ଘର ଯୋଗାଇଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି ।

related posts

Leave a Comment