Home Breaking News / ତାଜା ଖବର ପାଟଣାଗଡ଼ ଆଗକୁ ଝାର ବଏଲ ଯାତ୍ରା ରାମଜିଛକରୁ ଘସିଏନ ରାସ୍ତାର କୋଳପଡ଼ାରେ ଗର୍ତ୍ତ, ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୃଷ୍ଟି ଦେବେ କି ?

ପାଟଣାଗଡ଼ ଆଗକୁ ଝାର ବଏଲ ଯାତ୍ରା ରାମଜିଛକରୁ ଘସିଏନ ରାସ୍ତାର କୋଳପଡ଼ାରେ ଗର୍ତ୍ତ, ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୃଷ୍ଟି ଦେବେ କି ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ରାମଜିଛକରୁ ଘସିଏନ କୁ ଯାଇଥିବା ରାସ୍ତାର କୋଳପଡ଼ାରେ ମୁଖ୍ୟ ରାସ୍ତାରେ ଥିବା ମଝିରେ ଏକ ଗର୍ତ ହୋଇଥିବା ଦେଖାଦେଇଛି। ପୂର୍ବରୁ ଏହି ସ୍ଥାନରେ ଗର୍ତ ହୋଇଥିଲା ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ ପରେ ସେହି ସ୍ଥାନରେ କାମ କରାଯାଇ ଥିଲା କାମଟି ନିମ୍ନ ମାନର ହୋଇଥିବାରୁ ପୁଣି ସେହି ସ୍ଥାନରେ ଏକ ଗର୍ତ ହୋଇଛି । ଏହି ରାସ୍ତା ଉପରେ ପ୍ରତି ଦିନ ସହ ସହ ଗାଡି ମୋଟର ଯାତାୟାତ କରିବା ସହ ଦୁଇଟି ବିଦ୍ୟାଳୟ ଗୋଟିଏ ମହାବିଦ୍ୟାଳୟ ସହ ବରଗଡ଼ ଜିଲ୍ଲା କୁ ସଂଯୋଗ କରୁଥିବା ବେଳେ ଆଗକୁ ପାଟଣାଗଡ଼ର ଐତିହାସିକ ବଏଲ ଯାତ୍ରା ଅନୁଷ୍ଠିତ ହେବ।ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ ଗର୍ତ ଚାରିପଟେ ବସ୍ତା ରଖିବା ସହ ନାଲିଫିତା ଦେଇଥିବା ଦେଖିବାକୁ ମିଳିଛି। ସେହିପରି ଅସନ୍ତା 6 ତାରିଖ ଅମାବାସ୍ୟା ତିଥିରେ ଝାର ବଏଲ ଅନୁଷ୍ଠିତ ଥିବାରୁ ଏହି ରାସ୍ତା ଦେଇ ମା ସମଳେଇ ଓ ପାଟନେଶ୍ୱରୀଙ୍କ ବଏଲ ଆସି ମା ଦସମତି ମନ୍ଦିର କୁ ନେବା ଆଣିବା କରାଯିବା ଥିବା ବେଳେ ଅସୁ ବିଧା ଦେଖା ଦେବ ତେଣୁ ଭାଙ୍ଗିଥିବା ସ୍ଥାନରେ ତୁରନ୍ତ ମରାମତି ପାଇଁ ପାଟଣାଗଡ଼ ପ୍ରଶାସନତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବୀ କରିଛନ୍ତି। ଏଠାରେ ପ୍ରକାଶ ଯେ ଗତ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣାଗଡ଼ ଆସି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲତ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ଓ ପରେ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ନିଗମ ଅଧ୍ୟକ୍ଷ ବିଧାୟକ ସେହି ରାସ୍ତାରେ ଯାଇଥିଲେ ହେ ରାସ୍ତା ପ୍ରତି ଦୃଷ୍ଟି ଦେଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସେତେବେଳେ ବି ଉକ୍ତ ସ୍ଥାନରେ ନାଲିଫିତା ଟଣା ଯାଇଥିବା ବେଳେ ଏବେବି ନାଲିଫିତା ଟଣା ଯାଇଥିବା ଦେଖିବାକୁ ମିଳିଛି।

related posts

Leave a Comment