Home Breaking News / ତାଜା ଖବର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କୁ ଭେଟିଲେ ବିଲାପୁଟର ପ୍ରତିନିଧି ଦଳ

ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କୁ ଭେଟିଲେ ବିଲାପୁଟର ପ୍ରତିନିଧି ଦଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ-୦୩/୧୦-(ଧନେଶ୍ବର ରାଉତ)-ଅବିଭକ୍ତ କୋରାପୁଟ ଜିଲ୍ଲାର ଆରାଧ୍ୟ ଠାକୁର ଶବର ଶ୍ରୀକ୍ଷେତ୍ର ଦର୍ଶନ କରି ସର୍କିଟ ହାଉସ ରୁ ପଦଯାତ୍ରା ଆରମ୍ଭ କରି ନିଶାଣୀ ମୁଣ୍ଡା ରେ ଏକ ଜନ ସମୂହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ମହାନଗର ଲୋକ ପ୍ରିୟ ସାଂସଦ ଅପରାଜିତ ଷଡଙ୍ଗୀ। ତିନି ଦିନିଆ ଦକ୍ଷିଣ ଓଡିଶା ଗସ୍ତରେ ଏକ ସମାଜ ସେବୀ ସଂଗଠନର ଆହ୍ୱାନ କ୍ରମେ ଜନ ସମୂହକୁ ଭେଟି ଛନ୍ତି। ଏହି ଗସ୍ତ ସମୟରେ ଜଗନାଥ ସଂସ୍କୃତି ରୁ ଜନ୍ମ ହେଇଥିବା ବୁଲାପୁଟ ସବରୀ ନାରାୟଣ ଜଗନାଥ ମନ୍ଦିର ତରଫରୁ ଏକ ଷାଠିଏ ଜଣିଆ ଟିମ ନାରାୟଣ ପ୍ରଧାନୀ ଓ ମନ୍ଦିର ନିର୍ମାଣ ର ମୁଖ୍ୟ ପୁରୋଧା ସମ୍ପାଦକ ଲଳିତ ମୋହନ ପଟନାୟକଙ୍କ ନେତୃତ୍ୱରେ ଶ୍ରୀମତ ସାଂସଦଙ୍କୁ ଭେଟିଛନ୍ତି। ଶ୍ରୀ ଜଗନାଥ କୋରାପୁଟଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ୱାଗତ କରିବାସହ ସବରୀ ନାରାୟଣ ବିଲା ପୁଟ ଜଗନାଥ ମନ୍ଦିରକୁ ନିମନ୍ତ୍ରଣ କରିଛନ୍ତି। ସେ ଏହି ନିମନ୍ତନରେ ଖୁସି ହୋଇ ଅନ୍ୟ ସମୟରେ ସେଠାକୁ ଯାଇ ନିର୍ମାଣ ଧୀନ ମନ୍ଦିର ପରିଦର୍ଶନ କରିବି ବୋଲି କହିଥିଲେ ଯାହା ସହଯୋଗ ହେଇ ପାରିବ କରିବି ବୋଲି କହିଛନ୍ତି ବୋଲି ସମ୍ପାଦକ ଶ୍ରୀ ପଟନାୟକ କହିଛନ୍ତି। ପ୍ରକାଶ ଥାଉକି ବିଲା ପୁଟ ମନ୍ଦିର ନିର୍ମାଣ ଧୀନ ରହିଛି ତାହା ଆଗାମୀ କାର୍ତିକ ମାସରେ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କରିବାର ଯୋଜନା ରହିଛି ତେଣୁ ସାଂସଦଙ୍କ ଉପସ୍ଥିତି ଲୋଡିଛି ମନ୍ଦିର ପରିଚାଳନା କମିଟି। ଏହି ଦଳରେ ଦୟା ଖିନ ବୁଡି, ବଳି ପ୍ରଧାନ, କୃଷ୍ଣ ପ୍ରଧାନ ଓ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ।

related posts

Leave a Comment