Home Breaking News / ତାଜା ଖବର କଳିଙ୍ଗା ଘାଟି ପୁଣି ଅସୁରକ୍ଷିତ, ଜ଼ିରୋ ପଏଣ୍ଟରେ କାର ଲୁଟ

କଳିଙ୍ଗା ଘାଟି ପୁଣି ଅସୁରକ୍ଷିତ, ଜ଼ିରୋ ପଏଣ୍ଟରେ କାର ଲୁଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 3/10(ସୁନୀଲ ପଟନାୟକ): ଆଗକୁ ଦଶହରା ପୂଜା ଆସୁଛି l ଫଳରେ ଲୁଟେରା ମାନେ ବେଶ ସକ୍ରିୟ ହେଲେଣି l କିଛି ଦିନର ନୀରବତା ପରେ ପୁଣି ଲୂଟ ଆରମ୍ଭ l
ଶୁକ୍ରବାର ବିଳମ୍ବିତ ରାତି ରେ ଫୁଲବାଣୀ ଶଗଡ଼ିଆ ସାହି ର କୁମୁଦ ନାୟକ ନାମକ ଜଣେ ଵ୍ୟକ୍ତି
ଟ ୟୋ ଟା କାର ରେ ବ୍ରହ୍ମପୁର ଆଡକୁ ଯାଉଥିବା ବେଳେ କଳିଙ୍ଗା ଘାଟିରେ କିଛି ଦୁର୍ବୁତ୍ତ ବନ୍ଧୁକ ମୁଣ୍ଡରେ ଲଗାଇ କାର Or 02bv9062ଟିକୁ ଲୁଟି ନେବାସହ ଟଙ୍କା ପଇସା ମଧ୍ୟ ଲୁଟି ନେଇଥିବା ସମ୍ପର୍କରେ କୁମୁଦ ଜି. ଉଦୟଗିରି ଥାନା ରେ ଅଭିଯୋଗ କରିଛନ୍ତି l
ଜି ଉଦୟଗିରି ପୋଲିସ ଏନେଇ 25/21ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି l
ସୂଚନା ଯୋଗ୍ୟ ଯେ ଗତବର୍ଷ ମଧ୍ୟ ଘାଟିରେ ବନ୍ଧୁକ ଦେଖାଇ କାର ଲୁଟି ନେଇଥିଲେ ବି ଏଯାଏଁ ପତ୍ତା ମିଳିନି l
ଏବେ ପୁଣି ଆରମ୍ଭ ହେଲାଣି l ଫଳରେ କି ଦିନ କି ରାତି ପରିବାର ନେଇ ଘାଟି ଦେଇ ଯିବା ଆସିବା ଲାଗି ଭୟ କଲେଣି ସମସ୍ତେ l
ଘାଟି ଅଂଚଳ ରେ ପୋଲିସ ପେଟ୍ରୋଲିଙ୍ଗ କୁ କଡା କଡ଼ି କରିବା କୁ ଦାବୀ ହେଉଛି l
ସେହିପରି କଳିଙ୍ଗା ଓ ଦୁର୍ଗା ପ୍ରାସାଦ ରେ ଫାଣ୍ଡି ଖୋଲି ବାକୁ ଦୃଢ ଦାବିହେଉଛି

related posts

Leave a Comment