Home Breaking News / ତାଜା ଖବର ୪ ୱିକେଟରେ ମ୍ୟାଚ ଜିତିଲା ଦିଲ୍ଲୀ, ଆଗକୁ ମୁମ୍ୱାଇ ପ୍ଲେଅଫ୍ ରାସ୍ତା କଷ୍ଟକର

୪ ୱିକେଟରେ ମ୍ୟାଚ ଜିତିଲା ଦିଲ୍ଲୀ, ଆଗକୁ ମୁମ୍ୱାଇ ପ୍ଲେଅଫ୍ ରାସ୍ତା କଷ୍ଟକର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚଳିତ ସଂସ୍କରଣରେ ମୁମ୍ୱାଇ ଇଣ୍ଡିଆନ୍ସର ପ୍ଲେଅଫ୍ ଖେଳାବା ନେଇ ଏବେ ଆଶଙ୍କା ଦେଖା ଦେଇଛି । ଆଜି ଖେଳା ଯାଇଥିବା ମୁକାବିଲାରେ ମୁମ୍ୱାଇ ଇଣ୍ଡିଆନ୍ସ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ୨୦ ଓଭରେର ମୁମ୍ୱାଇ ୮ ୱିକେଟ ହରାଇ ୧୨୯ ରନ୍ କରିଥିଲା । ୧୩୦ ରନର ବିଜୟ ଲକ୍ଷ୍ୟକୁ ୧୯ ଓଭର ଗୋଟିଏ ବଲରୁ ହାସଲ କରି ନେଇଥିଲା ଦିଲ୍ଲୀ କ୍ୟାପିଟାଲସ । ଆର ଅଶ୍ୱିନ ଓ ଶ୍ରେୟସ ଆୟାର ଯୋଡି ଦିଲ୍ଲୀକୁ ବିଜୟ ଦେଇଥିଲେ । କ୍ରୁନାଲ ପାଣ୍ଡ୍ୟାଙ୍କୁ ଛକା ମାରି ଦଳକୁ ଜିତାଇଥିଲେ ଅଶ୍ୱିନ୍ ।
ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲସ ୧୨ ମ୍ୟାଚରୁ ୯ ବିଜୟ ସହିତ ୧୮ ପଏଂଟ ହାସଲ କରି ପ୍ଲେଅଫ୍ ଯୋଗ୍ୟତା ହାସଲ କରି ନେଇଛି । ସେପଟେ ମୁମ୍ୱାଇ ୧୨ ମ୍ୟାଚରୁ ୭ ପରାଜୟ ପରେ ୧୦ ପଏଂଟ ସହ ଅନ୍ତିମ ୪ ଦଳରେ ପ୍ରବେଶ ପାଇଁ ବିପଦରେ ପଡିଛି । କାରଣ କୋଲକାତା ଓ ପଂଜାବ କିଙ୍ଗସ ବର୍ତମାନ ୧୨ ପଏଂଟରେ ଚତୁର୍ଥ ଓ ପଂଚମ ସ୍ଥାନରେ ରହିଛନ୍ତି ।

related posts

Leave a Comment