Home Breaking News / ତାଜା ଖବର ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଏବଂ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ପହଁଚିଲା ୫୬୦ ଦିନରେ

ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଏବଂ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ପହଁଚିଲା ୫୬୦ ଦିନରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଦ୍ରକ : ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଭାରତର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ, ଚିନ୍ମାୟ ଫାଉଣ୍ଡେସନର ରିଲିଫ୍ ବଣ୍ଟନ ଏବଂ କରୋନା ମହାମାରୀ ବିଷୟରେ ସଚେତନତା କାର୍ଯ୍ୟକ୍ରମ ନିରବଛିନ୍ନ ଭାବରେ ଜାରି ରହିଛି ।

୮୦ତମ ସପ୍ତାହରେ ଫାଉଣ୍ଡେସନ ପକ୍ଷରୁ ସଚେତନତା ଏବଂ ସାନିଟାଇଜିଂ କାର୍ଯ୍ୟକ୍ରମ ୫୫୪ତମ ଦିବସରୁ ୫୬୦ତମ ଦିବସ ପର୍ଯ୍ୟନ୍ତ ସାତ ଦିନ ଧରି ଓଡ଼ିଶାର ଭଦ୍ରକ ଜିଲ୍ଲାରେ କରାଯାଇଥିଲା।

ଚିନ୍ମୟ ଫାଉଣ୍ଡେସନର ସଦସ୍ୟମାନେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ବୁଲି କରୋନା ସଚେତନତା ସୃଷ୍ଟି କରିଥିବା ବେଳେ,କରୋନା କବଳରୁ ସୁରକ୍ଷା ପାଇଁ ମାସ୍କ, ଓ.ଆର.ଏସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋଭସ୍ ଇତ୍ୟାଦି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି।

ବିଶେଷକରି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗରିବ, ଅସହାୟ,ପାଗଳା ପାଗିଳି, ବସ୍ତି ବାସିନ୍ଦା ଏବଂ ବସ ଷ୍ଟାଣ୍ଡ, ରାସ୍ତାକଡ଼ ଓ ରେଲୱେ ପ୍ଲାଟଫର୍ମରେ ଜୀବନ କାଟୁଥିବା ଅଭାବୀ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ,ରାସନ ସାମଗ୍ରୀ, ମାକ୍ସ,ସାବୁନ,ସାନିଟାଇଜର, ଓ.ଆର.ଏସ, ପୋଷାକ ସହିତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମାଷ୍ଟର ମିହିର କୁମାର, ଶ୍ରୀମତୀ ମଧୁସ୍ମିତା ନାୟକ,ତୁଳସୀ ମଲ୍ଲିକ, ପ୍ରଫୁଲ୍ଲ ଦାଶ ଆଦି ପରିଚାଳନା କରୁଥିବାର ଦେଖିବାକୁ ମିଳିଛି।

related posts

Leave a Comment