Home Breaking News / ତାଜା ଖବର ଆଞ୍ଚଳିକ କୃଷକ ପରିଷଦ, ବଡ଼ମ୍ବା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସେବା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଗଲା

ଆଞ୍ଚଳିକ କୃଷକ ପରିଷଦ, ବଡ଼ମ୍ବା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସେବା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଞ୍ଚଳିକ କୃଷକ ପରିଷଦ ,ବଡ଼ମ୍ବା ତରଫରୁ ଆଡିଆ ମହାଦେବ ଙ୍କ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ସେବା କ୍ଷେତ୍ରରେ ସହଭାଗିତା କରୀଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ ସହିତ କୃଷି ଓ କୃଷକର ବିକାଶ ଦିଗରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କୃଷକ ପରିଷଦର ସଭାପତି ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥ ସ୍ୱାଇଁ(ସହକାରୀ ହିସାବ ନିରୀକ୍ଷକ,ଭୂବନେଶ୍ୱର) ମୁଖ୍ୟବକ୍ତା ଭାବେ ବିକଚ ସାହିତ୍ୟ ସଂସଦର ସଭାପତି କବି ଦୁର୍ଯୋଧନ ବରାଳ, ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଟ୍ଟନାୟକ, ଦାମୋଦର ରଣା, ବୁଦ୍ଧିନାଥ ମହାନ୍ତି, ପଞ୍ଚାନନ ମଲ୍ଲିକ ଓ ସମାଜସେବୀ କାଳନ୍ଦୀ ଚରଣ ମିଶ୍ର ଉପସ୍ଥିତ ଥିଲେ । ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମର ସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱାଗତ ଭାଷଣ ସହିତ ପ୍ରାରମ୍ଭରେ ସମସ୍ତ ଅତିଥିମାନଙ୍କ ସହିତ କିଛିଜଣ ଶିକ୍ଷକ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେପରେ ଆଜିର କର୍ମଶାଳାକୁ ଆଗେଇ ନେବାକୁ ଯାଇ ଆଜି ଦିନର ମହତ୍ତ୍ଵ ସହିତ କୃଷକମାନେ କିପରି ଭାବରେ ଆଗକୁ ବଢିବେ ଏହା ଉପରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଜୈବିକ କୃଷି,ଊନ୍ନତ ପ୍ରଣାଳୀରେ ଚାଷ କରିବା ଓ ସାର୍, କୀଟନାଶକ ପଡ଼ିବା ଦ୍ଵାରା ମାଟି କିପରି ଅନୁର୍ବର ହୋଇଥାଏ ଅନେକ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ମହୋଦୟ ତାଙ୍କ ଅଭିଭାଷଣରେ କୃଷକମାନେ କିପରି ଋଣ, ସବୁପ୍ରକାର ସୁବିଧା ସରକାରୀ ସ୍ତରରେ ପାଇପାରିବେ ସେ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ମୂଖ୍ୟବକ୍ତା ମହୋଦୟ ମଧ୍ୟ ନିଜ ବକ୍ତବ୍ୟରେ ଚାଷୀକୂଳର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ପାଇଁ ହେବ ଏହି ଆହ୍ୱାନ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇ ଆସିଥିବା ଗଣମାଧ୍ୟମର ପ୍ରତିନିଧି ସର୍ବଶ୍ରୀ ଦେବୀ ପ୍ରସାଦ ରଥ(ନନ୍ଦିଘୋଷ ଟିଭି ତଥାଗତ ବିଶ୍ୱାଳ(କଳିଙ୍ଗ ଟିଭି), ଦିବ୍ୟଲୋଚନ ମହାନ୍ତି (କାମୟାବ ଟି.ଭି,ଶକ୍ତିଶ୍ୱର ରଣା(ଟାଇମ୍ସ ଓ୍ୱାନ ଓଡ଼ିଆ) ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ରମେଶ ଚନ୍ଦ୍ର ବେହେରା (ପ୍ରଧାନ ଶିକ୍ଷକ ସରକାରୀ ଗୋପମଥୁରା ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଗୋପମଥୁରା)ଓ ଶିକ୍ଷକ ଅଶୋକ କୁମାର ଧଳ (ସହକାରୀ ଶିକ୍ଷକ ବାସୁଦେବ ଉଚ୍ଚ ବିଦ୍ୟାଳୟ, ଗୋପପୁର) ଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ତତସହିତ ଅଗ୍ରଣୀ ଚାଷୀ ଭାବରେ ବଡ଼ମ୍ବା ମଣ୍ଡଳ ଅନ୍ତର୍ଗତ ୩୦ଜଣ ଉଦୀୟମାନ ଚାଷୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବଶେଷରେ ଶିକ୍ଷାବିତ୍ ଭରତ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

related posts

Leave a Comment