Home Breaking News / ତାଜା ଖବର ରାୟଗଡ ନଗର ଭାଜପା ପାଳନ କରିଛି ଗାନ୍ଧୀ ଜୟନ୍ତୀ

ରାୟଗଡ ନଗର ଭାଜପା ପାଳନ କରିଛି ଗାନ୍ଧୀ ଜୟନ୍ତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୨/୧୦-(ଧନେଶ୍ବର ରାଉତ)-ଆଜି ପବିତ୍ର ଗାନ୍ଧୀ ଜୟନ୍ତୀରେ ଜାତିର ଜନକ ଅହିଂସାର ପୁଝାରୀ ରୂପେ ବିଶ୍ୱ ବିଖ୍ୟାତ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀକୁ ଅତି ଆଡମ୍ବର ସହ ନଗର ଭାଜପା ପାଳନ କରିଛି। ଏହି ଉପଲକ୍ଷେ ଜ଼ିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦେଶକ୍ରମେ ରାୟଗଡା ନଗର ରେ ଭାଜପାର ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ନଗର ଉପ ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଳା ମିନିଆକା ଙ୍କ ନେତୃତ୍ୱରେ ଜ଼ିଲ୍ଲା ଭାଜପା କାର୍ଯ୍ୟାଳୟ ରେ ଗାନ୍ଧୀ ଜି ଙ୍କ ଫୋଟୋ ଚିତ୍ରକୁ ପୁଷ୍ପମାଲ୍ୟ ଦିଆଯାଇ ସ୍ମୃତି ଚାରଣ କରାଯାଇ ଥିଲା। ନଗର ଯୁବମୋର୍ଚ୍ଚା ସଭାପତି ଶ୍ରୀ ରାଜେଶ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ହାଉସିଂବୋର୍ଡ ଏରିଆରେ ସେବା ଧର୍ମୀ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ରାୟଗଡା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ଶ୍ରୀ ବସନ୍ତ କୁମାର ଉଲ୍ଲାକା ଙ୍କ ନେତୃତ୍ୱରେ ରାୟଗଡା ଜିଲ୍ଲା କାରାଗାରରେ ରେ ନିଷ୍ଠାନ ବଣ୍ଟା ଯାଇଛି । ତତ୍ସହିତ ରାୟଗଡା ନଗଗରେ ଥିବା ଅସହାୟ ଲୋକଙ୍କୁ ସେବା ଯୋଗାଇବା ନାଁରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଗାନ୍ଧୀଙ୍କ କୁଟି ଖାଓ କାଟି ପିନ୍ଧ ବୋଲି ଯୁଗାନ୍ତକାରୀ କଥାର ମହାନତା ଉପରେ କଣ ତାହା ଉପସ୍ଥିତ କର୍ମୀଙ୍କୁ ଅବଗତ କରାଇଥିଲେ ଶ୍ରୀ ଦାସ ବାବୁ। ଅହିଂସା ପରମ ଧର୍ମ ଅଟେ ଏହି ମହା ଶକ୍ତିରେ ଫିରିଙ୍ଗି ଶାସନ ଦୋହଲି ଯାଇଥିଲା ଭାରତ ଛାଡିବାକୁ ବାଧ୍ୟ ହେଇଥିଲେ ବୋଲି ଜିଲ୍ଲା ଭାଜପା ସଭାପତି ଶିବ ପଟନାୟକ କହିଥିଲେ। ସେହିଭଳି ଅନେକ ମଣ୍ଡଳରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି।

related posts

Leave a Comment