Home Breaking News / ତାଜା ଖବର କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ଲୋକକଳା ଗ୍ରାମ ୩ୟ ବର୍ଷୀକ ଉତ୍ସବ

କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ଲୋକକଳା ଗ୍ରାମ ୩ୟ ବର୍ଷୀକ ଉତ୍ସବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେ଼ଙ୍କାନାଳ ଜିଲା ରାୟନୃସିଂହପୁର ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।କଳା ଓ କଳାକାରଙ୍କର ଉର୍ଣ୍ଣତି ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲାରେ ଏକ ଗ୍ରାମକୁ ଗାନ୍ଧୀ ଜୟନ୍ତି ଅବସରରେ କଳାଗ୍ରାମ ଘୋଷଣା କରିଥିଲେ ।ଢେ଼ଙ୍କାନାଳ ଜିଲ୍ଲାର କଳା ଗ୍ରାମ ରାୟନୃସିଂହପୁରରେ ତୃତୀୟ ବାର୍ଷିକ କଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲାର ବିଭିନ୍ନ ବ୍ଲକରୁ କଳାକାର ଉପସ୍ଥିତ ରହି ସେମାନଙ୍କ କଳା ପ୍ରଦର୍ଶିତ କରିଥିବା ବେଳେ କଙ୍କଡାହାଡ଼ ବ୍ଲକର ଆଦିବାସୀ ନୃତ୍ୟ ,ଗନ୍ଦିଆର କେନ୍ଦରା ଗୀତ,କାମାକ୍ଷାନଗର ବ୍ଲକ ସଂକୀର୍ତ୍ତନ ଦର୍ଶକଙ୍କ ମନ ମୋହିଥିଲା ।ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ରହିଥିବା ବେଳେ, ଅନ୍ୟତମ ଅତିଥି ଭାବରେ ଢେ଼ଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ,କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ସଂକର ସାହୁ,କାମାକ୍ଷାନଗର ତହସିଲଦାର ସଞ୍ଜୟ ରାଉତ,କାମାକ୍ଷାନଗର ବିଡ଼ିଓ ବିକାଶ ମହାନ୍ତି,ରାଜ୍ୟ ଲୋକକଳା ସଙ୍ଘ ଉପ ସଭାପତି ଅବନୀ ମିଶ୍ର,ରାୟନୃସିଂହପିର ସରପଞ୍ଚ ସିସିରକାନ୍ତ ବେହେରା,କୋଟଗରା ପଞ୍ଚାୟତ ସରପଞ୍ଚ ଲଳିତ ସାହୁ, ଜିଲାପରିସଦ ସଭ୍ୟ ହୃଦାନନ୍ଦ ପାତ୍ର,ପ୍ରେମାନନ୍ଦ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଆଜି ଦିନ ତମାମ ଏଠାରେ କଳା ପ୍ରଦର୍ଶନ କରାଯାଇଥିଲା ।

related posts

Leave a Comment