Home Breaking News / ତାଜା ଖବର ଗେହଲଟ କହିଲେ ଆର ଥରକୁ ବି ମୁଁ ହେବି ମୁଖ୍ୟମନ୍ତ୍ରୀ, ତେବେ କଣ ହେବ ସଚିନ ପାଇଲଟଙ୍କ ଭାଗ୍ୟ?

ଗେହଲଟ କହିଲେ ଆର ଥରକୁ ବି ମୁଁ ହେବି ମୁଖ୍ୟମନ୍ତ୍ରୀ, ତେବେ କଣ ହେବ ସଚିନ ପାଇଲଟଙ୍କ ଭାଗ୍ୟ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଂଜାବ କଂଗ୍ରେସରେ ବିବାଦ ସାରା ଦେଶକୁ ଜଣା ଅଛି । ସିଦ୍ଧୁ କ୍ୟାପଟେନ ବିବାଦ ଭିତରେ ଦଳର ୫୨ ବର୍ଷର ରାଜନୈତିକ ସାଥୀ ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବର୍ତମାନ ଦଳ ଛାଡିବାକୁ ଘୋଷଣା କରି ସାରିଲେଣି । ସେପଟେ ରାଜନୈତିକ ବିବାଦ ଥିବା ରାଜସ୍ଥାନକୁ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ବଡ କଥା । ଯାହା ଆଗାମୀ ସମୟରେ ରାଜସ୍ଥାନରେ ପଂଜାବ ସ୍ଥିତି ସୃଷ୍ଟି କରିପାରେ । ଗଣମାଧ୍ୟମ ପ୍ରଶ୍ନ ର ଉତର ଦେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ପଂଜାବ ପରି ସ୍ଥିତି ରାଜସ୍ଥାନରେ ହେବ ନାହିଁ । ଏହା କେବଳ ବିଜେପିର ପ୍ରଚାର ମାତ୍ର । ତେବେ ଆଗାମୀ ଥର ମଧ୍ୟ ସେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ, ତାଙ୍କ ପସନ୍ଦ ଅନୁସାରେ ମନ୍ତ୍ରୀମଣ୍ଡଳ ଗଠନ କରିବେ । ରାଜସ୍ଥାନରେ ଗେହଲଟ-ପାଇଲଟ ବିବାଦ ଚାଲିଥିବା ବେଳେ ଏହା ସମାଧାନ ହୋଇନାହିଁ । ଏପରି ସମୟରେ ଗେହଲଟ ଏପରି ବୟାନ ଦେବା ପରୋକ୍ଷରେ ସୂଚାଇ ଦେଉଛି ରାଜସ୍ଥାନରେ ସଚିନ ପାଇଲଟଙ୍କ ଭବିଷ୍ୟତ କେବଳ ସେହିପରି ରହିଯିବ । ମୁଖ୍ୟମନ୍ତ୍ରୀ ଚୌକି ଯାଏଁ ସଚିନ ପହଁଚି ପାରିବେ ନାହିଁ । ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ନେଇ ସଚିନ ପାଇଲଟଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

related posts

Leave a Comment