Home Breaking News / ତାଜା ଖବର ରାଇକିଆର ବିଭିନ୍ନ ସ୍ଥାନରେ ଗାନ୍ଧୀ,ଶାସ୍ତ୍ରୀ ଜୟନ୍ତୀ ପାଳିତ

ରାଇକିଆର ବିଭିନ୍ନ ସ୍ଥାନରେ ଗାନ୍ଧୀ,ଶାସ୍ତ୍ରୀ ଜୟନ୍ତୀ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ:୧୫୨ ତମ ଗାନ୍ଧୀ ଜୟନ୍ତୀ ରାଇକିଆ ବ୍ଲକ୍ ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ବ୍ଲକ୍ ର କବିତା କମ୍ପ୍ୟୁଟର ସେଣ୍ଟର୍, ବିଜୟ ହାଇସ୍କୁଲ,ସେଣ୍ଟ୍ କାଥାରିନ ବାଳିକା ବିଦ୍ୟାଳୟ, ସରକାରୀ ବାଳିକା ବିଦ୍ୟାଳୟ, ଜୀବନ ଜ୍ୟୋତି ମହାବିଦ୍ୟାଳୟ ସହ ଅନ୍ୟାନ୍ୟ ସ୍ଥାନରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଛି। ଏହି ଅବସରରେ ରାଇକିଆ ବ୍ଲକ୍ କାର୍ଯ୍ୟାଳୟ ନିକଟସ୍ଥ କବିତା କମ୍ପ୍ୟୁଟର ସେଣ୍ଟର୍ ରେ ଅତିଥିଭାବେ ଆଇନଯିବି ସୁଶାନ୍ତ କୁମାର ଜେନା ଏବଂ ସାମ୍ବାଦିକ ରଜତ କୁମାର ନାୟକ ଯୋଗ ଦେଇ ଗାନ୍ଧୀଜୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଦୀପଧୁପ ପ୍ରଜ୍ବଳନ କରାଯାଇଥିଲା। ଏବଂ ତାଙ୍କ ଆତ୍ମ ଜୀବନୀ ଉପରେ ଆଲୋକପାତ କରାଯିବା ସହ ତାଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିବାକୁ କୁହା ଯାଇଛି। ଏହି କମ୍ପ୍ୟୁଟର ସେଣ୍ଟର୍ ପ୍ରତିଷ୍ଠାତା ମନୋରଞ୍ଜନ ନାୟକଙ୍କ ସହ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

related posts

Leave a Comment