Home Breaking News / ତାଜା ଖବର ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କଟକ ଜିଲ୍ଲା ର ରତାଗଡା ଭାନୁଙ୍କା ସହରସାହି ଠାରେ ଥିବା ଅସହାୟ ଗରିବ ଲୋକଙ୍କୁ ଆମ ପରିବାର ତରଫରୁ ୬୦ ଜଣ ପରିବାର କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଯଥା ଚୁଡ଼ା,ଚିନି,ଅମୂଲ,ବିସ୍କୁଟ,ପାଉଁରୁଟି,କଦଳୀ ଓ ଛୋଟ ଛୋଟ ପିଲାଙ୍କୁ ଚକଲେଟ ବଣ୍ଟନ କରାଯାଇଥିଲା। ସେମାନଙ୍କର ମୁଁହରେ ଟିକେ ହସ ଫୁଟାଇବା ପାଇଁ ଆମ ପରିବାର ତରଫରୁ ଏହା ପ୍ରୟାସ ମାତ୍ର।ଏହି କାର୍ଯ୍ୟକ୍ରମ ରେ ଆମେ ଓଡ଼ିଆ ଭାରି ବଢିଆ ପରିବାର ଅଧ୍ୟକ୍ଷ ଜ୍ୟୋତିର୍ବିଦ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ , ପରିଚାଳକ ଅମିତ୍ କୁମାର ଗୋଛାୟତ , ପ୍ରଶାନ୍ତ କୁମାର ପ୍ରହରାଜ, ସଂଯୋଜକ ସତ୍ୟବ୍ରତ ସାହୁ,ଆଗ ଧାଡିର ସଦସ୍ୟ ମାନେ ଦୀପକ ସାହୁ ,ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ , ରଜନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ
“ଭୋକିଲା ପେଟ କୁ ଦାନା ଟିଏ ” । ପରିବାର ର ସଦସ୍ୟ ମାନଙ୍କ ସାହାର୍ଯ୍ୟ ରେ ଏହି କାର୍ଯ ସଫଳ ଭାବେ ସମାପ୍ତ ହୋଇଛି।

related posts

Leave a Comment