Home Breaking News / ତାଜା ଖବର କ୍ଷତିପୁରଣ ଦାବୀରେ ଉତ୍ୟକ୍ତ ଲୋକଙ୍କ ଶବ ରଖି ରାସ୍ତା ଅବରୋଧ

କ୍ଷତିପୁରଣ ଦାବୀରେ ଉତ୍ୟକ୍ତ ଲୋକଙ୍କ ଶବ ରଖି ରାସ୍ତା ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨/୧୦(ସୁନୀଲପଟନାୟକ): ଶନିବାର କ୍ଷତିପୁରଣ ଦାବୀ କରି ମୃତ ବ୍ୟକ୍ତିର ଶବକୁ ରାସ୍ତା ଉପରେ ରଖି ଶତାଧିକ ଉତ୍ୟକ୍ତ ଲୋକେ କନ୍ଧମାଳ ଜିଲ୍ଲ।ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆ ପଦର ଅଞ୍ଚଳରେ ବିଦ୍ୟୁତ ବିଭାଗ ଗ୍ରୀଡ଼ ସମ୍ମୁଖରେ ରାସ୍ତା ଅବରୋଧ କରିବା ସହ ଦିନ ତମାମ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଫଳରେ ଫିରିଙ୍ଗିଆ-ସାଡିଙ୍ଗିଆ ରାସ୍ତାରେ ଗାଡିମଟର ଚଳାଚଳ ବ୍ୟାହତ ହୋଇଥିଲା।
ସୂଚନାଯୋଗ୍ୟଯେ, ଶୁକ୍ରବାର ଅପରାହ୍ନରେ ଡିମ୍ବିରିଗୁଡ଼ା ପଞ୍ଚାୟତର ଶ୍ରୀପଲା ଅଞ୍ଚଳର ବିଶ୍ଵାମିତ୍ର କହଁର ନାମକ ଜଣେ ବ୍ୟକ୍ତିବିଦ୍ୟୁତ ସଜାଡୁଥିବାବେଳେ କରେଣ୍ଟ ଲାଗି ମୃତ୍ୟୁବରଣ କରିଥିଲେ । ବିଶ୍ଵାମିତ୍ରକୁ ଆଡେ ଅସ୍ଥାୟୀ ଭାବେ ଦୀର୍ଘବର୍ଷ ଧରି ଅଞ୍ଚଳରେ ବିଦ୍ୟୁତମରାମତି କରିଆସୁଥିଲେ। ଗତକାଲି କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଫଳରେ ପରୀବାରକୁ ଉପଯୁକ୍ତ କ୍ଷତିପୁରଣ ଦେବା ଲାଗି ଗ୍ରାମବାସୀ ଆଜି ଶବ ରଖି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଫିରିଙ୍ଗିଆ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା।

related posts

Leave a Comment