Home Breaking News / ତାଜା ଖବର ପଙ୍ଗାତିରା ଗ୍ରାମ ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ କଲେ ସରପଞ୍ଚ ,ଗ୍ରାମବାସୀ ଓ ନାଏବ ସରପଞ୍ଚ ଏହାକୁ ମିଥ୍ୟା କହିଲେ

ପଙ୍ଗାତିରା ଗ୍ରାମ ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ କଲେ ସରପଞ୍ଚ ,ଗ୍ରାମବାସୀ ଓ ନାଏବ ସରପଞ୍ଚ ଏହାକୁ ମିଥ୍ୟା କହିଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମ ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି । ସରପଞ୍ଚ ମାର୍ଗଶିର ପ୍ରଧାନଙ୍କ କହିବା ଅନୁଯାୟୀ ସେ ଆଜି ସକାଳୁ ଯେତେବେଳେ ପଞ୍ଚାୟତକୁ ଗ୍ରାମସଭା ନିମନ୍ତେ ଆସିଥିଲେ ଗେଟର ତାଲା ଭଙ୍ଗା ଯାଇଛି ଓ ନିର୍ବାହୀ ଅଧିକାରୀଙ୍କ ରୋମ ରେ ଥିବା ଡିଜି ଓ କୋଭିଡର ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।ଅଫିସର କିଛି କାଗଜପତ୍ର ନେବା ସହିତ ସରପଞ୍ଚ ଙ୍କ ନାମରେ ଅସଭ୍ୟ ଭାଷାରେ କାନ୍ଥରେ କିଛି ଲେଖା ଦେଖିବାକୁ ପାଇଥିଲେ । ଏହାଦେଖି ସରପଞ୍ଚ ମାର୍ଗଶିର ପଧାନ ସଙ୍ଗେସଙ୍ଗେ ମହାବିରୋଡ୍ ଫାଣ୍ଡି ଅଧିକାରୀଙ୍କୁ ଜଣାଇ ଥିଲେ।ଏହା ପରେ ମହାବିରୋଡ୍ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ ।ଆନୁମାନିକ ୫ଲକ୍ଷ୍ଯ ଟଙ୍କା ର ସାମଗ୍ରୀ ଚୋରି ହୋଇଛି ।କିନ୍ତୁ ଏଠି ପ୍ରସ୍ନ ଉଠୁଛି ଗାଁ ଲୋକ ନାଏବ ସରପଞ୍ଚ , ଓ୍ବାଡ୍ ସଭ୍ୟ ଙ୍କ କହିବା କଥା ଏଠି ଚୋରି ହେଲା କେମିତି ଡ଼ିଜି ପଞ୍ଚାୟତ ରେ ନଥିଲା କି ସେମାନେ କେବେ ପଞ୍ଚାୟତ ଅଫିସ୍ ରେ ଡିଜି ଦେଖି ନାହାନ୍ତି ।ଏପଟେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ନିର୍ବାହୀ ଅଧିକାରୀ ଆଉ ଗାଁ ଲୋକଙ୍କ କଥା କାହା ସହିତ କାହାର କଥା ତାଳ ମେଳ ରହୁନାହିଁ । ପଞ୍ଚାୟତ ଅଧିକାରୀ ଓ ସରପଞ୍ଚ କୁ ଡିଜି ର ରିସିପ୍ଟ୍ ମାଗିବାରୁ କହିଲେ କି ଆମେ ଜାଣି ନାଁହୁ କି ଆମ ପାଖରେ ନାହିଁ ଜିପିଓ ଙ୍କୁ ପଚାରି ବୁଝିବା ରୁ କହିଲେ କି ଏହାର ପ୍ରମାଣ ପତ୍ର ପଞ୍ଚାୟତ ରେ ରହିଥାଏ ତେଣୁ କାହାରି ତାଳମେଳ ରହୁନଥିବା ରୁ ଏହା ଉପରେ ବିଧିବଦ୍ଧ ଭାବରେ ତଦନ୍ତ କରାଗଲେ ପ୍ରକୃତ କାରଣ ଜଣା ପଡିବ ବୋଲି ଗ୍ରାମବାସୀ କହିଛନ୍ତି ।

related posts

Leave a Comment