Home Breaking News / ତାଜା ଖବର ଚେନ୍ନଆଇକୁ ୭ ୱିକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ, ଗାଏକ୍ୱାଡଙ୍କ ଶତକ ବେକାର

ଚେନ୍ନଆଇକୁ ୭ ୱିକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ, ଗାଏକ୍ୱାଡଙ୍କ ଶତକ ବେକାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଶନିବାର ଖେଳା ଯାଇଥିବା ଅନ୍ୟ ଏକ ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ରାଜସ୍ଥାନ ରୟାଲ୍ସ ୭ ୱିକେଟରେ ପରାସ୍ତ କରିଛି । ଶିବମ ଦୁବେ ଏବଂ ଜୟସ୍ୱାଲଙ୍କ ବିସ୍ଫୋରକ ଅର୍ଧଶତକୀୟ ଇନିଂସ ବଳରେ ୧୯୦ରନର ସ୍କୋରକୁ ରାଜସ୍ଥାନ ୧୫ଟି ବଲ ବାକି ଥାଇ ହାସଲ କରିନେଇଥିଲା । ୧୯୦ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୭ ଓଭର ୩ଟି ବଲରୁ ମାତ୍ର ୩ ୱିକେଟ ହରାଇ ପୂରଣ କରିଥିଲା । ରାଜସ୍ଥାନ ପକ୍ଷରୁ ଶିବମ ଦୁବେ ଅପରାଜିତ ୬୩ ରନର ଇନିଂସ ଖେଳିଥିଲେ । ଯଶସ୍ୱୀ ଜୟସ୍ୱାଲ ୨୧ ବଲରୁ ୫୦ ରନ୍ ସ୍କୋର କରିଥିଲେ ।
ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ୨୦ ଓଭରରେ ୩ ୱିକେଟ ହରାଇ ୧୮୯ ରନ୍ ସ୍କୋର କରିଥିଲା ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାଡ ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ । ହେଲେ ଚେନ୍ନାଇ ମ୍ୟାଚରେ ପରାସ୍ତ ହୋଇଥିଲା । ଏହି ବିଜୟ ପରେ ରାଜସ୍ଥାନ ରୟାଲ୍ସ ୧୨ ମ୍ୟାଚରୁ ୧୦ ପଏଂଟ ହାସଲ କରି ଷଷ୍ଠ ସ୍ଥାନକୁ ଆସିଛି । ରାଜସ୍ଥାନର ଆହୁରି ୨ଟି ମ୍ୟାଚ ରହିଥିବାରୁ ରାଜସ୍ଥାନ ମଧ୍ୟ ପ୍ଲେ ଅଫ୍ ଆଶା ବଜାୟ ରଖିଛି ।

related posts

Leave a Comment