Home Breaking News / ତାଜା ଖବର ଜିଲ୍ଲା ପ୍ରାଣୀ ବିଭାଗରେ ତାଲିମ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ, ତଦନ୍ତ ଦାବୀ

ଜିଲ୍ଲା ପ୍ରାଣୀ ବିଭାଗରେ ତାଲିମ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ, ତଦନ୍ତ ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧/୧୦(ସୁନୀଲପଟନାୟକ): ଦୁଗଧ ଉତ୍ପାଦନ ବୃଦ୍ଧି କରିବା ସହ ଦୁଗଧ ଚାଷୀଙ୍କ ଦକ୍ଷତା ବୃଦ୍ଧି ସହ ପ୍ରୋସାହିତ କରିବା ଲକ୍ଷ୍ୟରେ ତାଲିମ ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କା କୁ ଆଡେ ବିଭାଗର କିଛି ଦାୟିତ୍ଵରେ ଥିବା ଅଧିକାରୀମାନେ ମିଳିମିଶି ଚଳୁ କରିଦେଇଥିବା ଶୁଣିବାକୁ ମିଳୁଛି ।
କରୋନା ସମୟରେ ଦୁଗଧ ଚାଷୀମାନଙ୍କୁ ତାଲିମ ପ୍ରଦାନ ପାଇଁ କୁ ଆଡେ ଅନୁବାନ ଆସିଥିଲା। ଅଧିକାରି ମାନେ ସହରରେ ଥିବା ପ୍ରକୃତ ଗୋପାଳକ ମାନଙ୍କୁ ତାଲିମ ପ୍ରଦାନ ପାଇଁ ଡକାଯାଇନଥିବା ଅଭିଯୋଗ ହେଉଛି ।
ବିଭାଗରେ ତାଲିମ ପାଇଁ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଥିଲେ ମଧ୍ୟ ସେଠାରେ ଚାଷୀମାନଙ୍କୁ ତାଲିମ ଦିଆନ ଯାଇ ଏକ ବେସରକାରୀ ବିବାହମଣ୍ଡପ ଲାଗି ଉଦ୍ଦିଷ୍ଟ ସ୍ଥାନରେ ଟଙ୍କା ଦେଇ ଅନେକ ତାଲିମ କାର୍ଯ୍ୟକ୍ରମ କରାଯାଇଥିବା ଅଭିଯୋଗ ହୋଇଛି । ବିଭାଗ ମଧ୍ୟରେ ତାଲିମ କେନ୍ଦ୍ର ଥିବାବେଳେ ଅଧିକ ।ରିଜଣଙ୍କ କାହିଁକି କେଉଁ ସ୍ଵାର୍ଥରେ ସେଠାରେ କରି ଅର୍ଥ ଅପଚୟ କଲେ ଜଣାପଡୁନି । କେହି କେହି ବ୍ୟକ୍ତିଗତ ସ୍ଵାର୍ଥ ହାସଲ ପାଇଁ ବାହାରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିବା କହୁଛନ୍ତି । ସେହିପରି କରେ । ନ।ସମୟରେ ସରକାର ଗାଇ ଗୋରୁ, କୁକୁର ଆଦିଙ୍କ ମୂହରେ ଦାନ । ଦେବା ଲାଗି ଅନୁବାନ ଦେଇଥିବାବେଳେ ସେ ସବୁ ଅର୍ଥ ର ବ୍ୟାପକ ହରିଲୁଟ ଓ ଅନିୟମିତତା ହୋଇଥିବା ମଧ୍ୟ କୁହାଯାଉଛି ।
ବିଭାଗରେ କିଛି ଡାକ୍ତର ଓ କର୍ମଚାରୀ ଦୀର୍ଘବର୍ଷ ଧରି ଆଡ୍‌ଡ଼ା ଜମାଇରହି ଖୁଲମଖୁଲା ବ୍ୟାପକ ଅନିୟମିତତା ଓ ଦୁର୍ନିତୀ
କରୁଥିବା ଦୃଢ ଅଭିଯୋଗ ହେଉଛି ।
ଜିଲ୍ଲା ପ୍ରାଣୀ ବିଭାଗରେ ଚାଲିଥିବା ଦୁର୍ନିତୀ ଓ ଅନିୟମିତତାର ଭିଜିଲାନ୍ସ ବିଭାଗ ପକ୍ଷରୁ ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୁର୍ନିତୀ ଗସ୍ତ କର୍ମଚାରୀମାନଙ୍କୁ ଏଠାରୁ ଅନ୍ୟତ୍ର ବଦଳୀ କରିବାଲାଗି ଗୋପାଳକମାନେ ଦାବୀ କରିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରାଣି ଚିକିତ୍ସାଧିକାରୀଙ୍କ ମତାମତ ପାଇଁ ଅନେକ ବାର ଚେଷ୍ଟା କରାଯାଇଥିଲେ ମଧ୍ଯ ସମ୍ଭବ ହୋଇନଥିଲା।

related posts

Leave a Comment