Home Breaking News / ତାଜା ଖବର ଉଦଘାଟନ ଅପେକ୍ଷାରେ ଦଶଟି ସ୍ମାର୍ଟ ସ୍କୁଲ

ଉଦଘାଟନ ଅପେକ୍ଷାରେ ଦଶଟି ସ୍ମାର୍ଟ ସ୍କୁଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶିକ୍ଷା ର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି l
ଆଦିବାସୀ ଅଧ୍ୟୁଷିତ କନ୍ଧମାଳଜ଼ିଲ୍ଲା ରସହରାଂଚଳ ଓ ଗ୍ରାମାଞ୍ଚଳ ରେ ଥିବା ଦଶ ଗୋଟି ହା ଇ ସ୍କୁଲ ଓ ବାଳିକା ହାଇ ସ୍କୁଲ କୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିଛନ୍ତି l
ଫଳରେ ଫୁଲବାଣୀ ସହର ରେ ଥିବା ଏଜେଓହାଇ ସ୍କୁଲ ଓ ସରକାରୀ ବାଳିକା ହାଇ ସ୍କୁଲ ଏବେ ସଜେଇ ହେଲାଣି l
କେବଳ ଉଦଘାଟନ କୁ ଅପେକ୍ଷା l
ଆସନ୍ତା ଅକଟୋବର ୨ ଗାନ୍ଧୀଜୟନ୍ତୀ ଅବସର ରେ ଭରଚୁ ଆଲ ମାଧ୍ୟମ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଏ ସବୁ ର ଉଦଘାଟନ କରିବା ର କାର୍ଯ୍ୟ କ୍ରମ ଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଂଚିଛି l
ବଦଳିଛି ସରକାରୀସ୍କୁଲ ଗୁଡିକ ର ଚିତ୍ର lଶୁଭାରଂଭ ଅପେକ୍ଷା ରେ ସ୍ମାର୍ଟ କ୍ଲାସ l ଚକା ଚକ ସ୍କୁଲ l
ଯେଉଁଥିରେ ରହିଛି ଅତ୍ୟାଧୁନିକ ଡିଜାଇନ ର କ୍ଲାସ ରୁମ, ଇ ଲାଇ ବ୍ରେରୀ, ସାଇନ୍ସ ଲାବ, ଓ ଉନ୍ନତ ମାନର ଖେଳ ପଡିଆ l
ସ୍କୁଲ ପରିସର ରେ ରଙ୍ଗ ବେରଂଗ ଚିତ୍ର ସରକାରୀ ସ୍କୁଲ ଉପରେ ଲୋକଙ୍କ ମନରେ ଥିବା ଧାରଣା ପୁରା ବଦଳାଇ ଦେଇଛି l
ଏ ଦୃଶ୍ୟ ହେଉଛି ଫୁଲବାଣୀ ସହରରେ ଥିବା ସ ର୍ବପୂରାତ୍ତନ ଏଜେଓ ହାଇ ସ୍କୁଲ ଓ ସରକାରୀ ଗାର୍ଲସ ହାଇ ସ୍କୁଲ ର l
ମୋ ସ୍କୁଲ ଅଭିଯାନ ରେ ମୋଡେଲ ସ୍କୁଲ ଭାବରେ ଏହାକୁ ସଜାଯାଇଛି l
ସ୍ମାର୍ଟ କ୍ଲାସ ରୁମ ରେ ପାଠ ପଢା କୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ଛାତ୍ର ଛାତ୍ରୀ l

ଶିକ୍ଷା ର ମାନ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ଅନୁଦାନ ଦେବା ସାଙ୍ଗକୁ ଜ଼ିଲ୍ଲା ପ୍ରଶାସନ ର ତତ୍ଵା ବଧାନ ରେ ଆଗେଇ ଚାଲିଛି ସ୍କୁଲ କାମ l
ସରକାରୀ ସ୍କୁଲ ଗୁଡିକ ରେ ଏଭଳି ଆଧୁନିକୀ କରଣ କୁନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପ କୁ ନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି ବହୁ ଅଭିଭାବକ l

ଆସନ୍ତା ଅକଟୋବର ୨ ରେବୋଧହୁଏ ଭରଚୁଆଲ ମାଧ୍ୟମ ରେ ଏହି ଦଶଟି ସ୍ମାର୍ଟ ସ୍କୁଲ କୁ ମୁଖ୍ୟମନ୍ତ୍ରୀଂଉଦଘାଟ ନ କରିବାକୁ ଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟା ୟରେ l

related posts

Leave a Comment