Home Breaking News ବିଭିନ୍ନ ସମସ୍ୟା ନେଇ ପୃଥକ ଭାବରେ କୋକସରା ବିଡ଼ିଓ ଏବଂ ତହସିଲଦାରଙ୍କୁ ଦାବି ଜଣେଇଲେ ଗଡ୍ରାମାଲ ଗ୍ରାମବାସୀ

ବିଭିନ୍ନ ସମସ୍ୟା ନେଇ ପୃଥକ ଭାବରେ କୋକସରା ବିଡ଼ିଓ ଏବଂ ତହସିଲଦାରଙ୍କୁ ଦାବି ଜଣେଇଲେ ଗଡ୍ରାମାଲ ଗ୍ରାମବାସୀ

by Times One Odia
Share with
     
 
 
   

କୋକସରା(କୋକସରା)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଗଡ୍ରାମାଲ ଗ୍ରାମ ବାସୀ ଆଜି ପୃଥକ ଭାବରେ କୋକସରା ତହସିଲଦାର ଓ ବିଡ଼ିଓ ଙ୍କୁ ନିଜ ସମସ୍ୟା ଉପରେ ଦୁଇଟି ଦାବି ପତ୍ର ପ୍ରଦାନ କରିଛନ୍ତି l

ଦାବି ଅନୁଯାୟୀ ଗଡ୍ରାମାଲ ଗ୍ରାମ ର ଅନେକ ଚାଷୀ ଗୋ ପାଳନ କୁ ବ୍ୟବସାୟ ରୂପରେ ବାଛି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗ୍ରାମର ଅନେକ ବିତ୍ତଶାଳୀ ବ୍ୟକ୍ତି ଗୋଚର ଜମି ଅକ୍ତିୟାର କରି ବିଭିନ୍ନ ସମୟରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ଫଳରେ ଗାଈ ଗୋରୁ ଚାରଣ ପାଇଁ ଘୋର ଅସୁବିଧା ର ସମ୍ମୁଖୀନ ହୋଇ ଗୋରୁପାଳନ ପ୍ରତି ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି ଓ ଜୀବନ ଜୀବିକା ଉପରେ ବାଧା ସୃଷ୍ଟି ହେଉଛି l ଏ ନେଇ ଆଜି କୋକସରା ତହସିଲଦାର ଙ୍କୁ ଲିଖିତ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି କି ଆଗାମୀ ଦିନରେ ଚାରଣ ଭୂମି ଉପରେ ବିତ୍ତଶାଳୀ ପ୍ରଭାବ ନଷ୍ଟ କରି ଗୋ ପାଳନ କ୍ଷେତ୍ରରେ ସଠିକ ପଦକ୍ଷେପ ନେବା କୁ ଦାବି ହେଉଛି l

ଅନ୍ୟ ପ୍ରକାରେ ଦୀର୍ଘ ଦିନ ହେଲା ଏହି ଗ୍ରାମ ପ୍ରତି ସ୍ଥାନୀୟ ପ୍ରଶାସନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରେ ଫେଲ ମାରିଥିବା ନଜିର ଆସିଛି l ପୂର୍ବରୁ ଅନେକ ଥର ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଓ ବିଡ଼ିଓ ଙ୍କୁ ଲିଖିତ ଆକାର ରେ ବଂ ବିଶୁଦ୍ଧ ପାନୀୟ ଜଳ ପାଇଁ ଦାବି କରିଥିଲେ ମଧ୍ୟ ଆଜି ଯାଏଁ କିଏ କର୍ଣ୍ଣ ପାତ କରୁ ନାହାନ୍ତି l ଫଳରେ ଗ୍ରାମ ବାସୀ ଶେଷ ଦାବି ପତ୍ର ସହ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି l ଏପଟେ ବିଡ଼ିଓ ଓ ଅତିରିକ୍ତ ବିଡ଼ିଓ ଙ୍କ ଅନୁପସ୍ଥିତ ଯୋଗୁଁ ମୁଖ୍ୟ କିରାଣୀ ଅଚ୍ୟୁତାନନ୍ଦ ଙ୍କୁ ଦାବି ପତ୍ର ଦେଇ ସମସ୍ୟା ର ସମାଧାନ ପାଇଁ ଜଣେଇ ଛନ୍ତି l ବାରମ୍ବାର ପ୍ରଶାସନ ପାଖରେ ଗୁହାରି ପରେ ମଧ୍ୟ ସାଧାରଣ ଜନତା ର ମୌଳିକ ସୁବିଧା ରୁ ବଞ୍ଚିତ ଏହି ଗାଁ ବର୍ତମାନ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି

related posts

Leave a Comment