ରାୟଗଡ- ୩୦/୦୯-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ରାୟଗଡ ଜିଲ୍ଲାର ଚାରିଜଣ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ 2,50,000 ହିସାବରେ ଆର୍ଥିକ ପ୍ରତ୍ସାହନ ରାଶି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପ୍ରଦାନ କରିଛନ୍ତି । ରାୟଗଡ ସହରର ରାଣୀଗୁଡା ଫର୍ମର ଶ୍ରୀମତୀ ଗୀତା ନାୟକ ଓ ସ୍ୱାମୀ ଶ୍ରୀ କେଦାରନାଥ ପାଢ଼ୀ, ସାନ ଚାନ୍ଦିଲି ଗ୍ରାମର ବିଶିକେଶନ ସୁନା ଓ ସ୍ତ୍ରୀ ରେଖା ସୁନା, ବିଜୟ ନଗର , କଲ୍ୟାଣସିଂହପୁରର ରୋହିତ କନ୍ଧ ଓ ସ୍ତ୍ରୀ ମିନତୀ କନ୍ଧ, ଏବଂ ରାୟଗଡ ସହରର ହରିଜନ ସାହିର ବଂଶୀଧର ବାଘ ଓ ସ୍ତ୍ରୀ ରଶ୍ମିତା ବାଘଙ୍କୁ ଆଜି ଏହି ରାଶି ପ୍ରଦାନ କରାଯାଇଥଲା । ପ୍ରକାଶ ଥାଉକି ଏହି ରାଶି ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମହୋଇ ରହିବ ଓ ତାର ସୁଦ୍ଧ ଉପରୋକ୍ତ ବ୍ୟକ୍ତି ବ୍ୟବହାର କରି ପାରିବେ । ଏହି ରାଶି ପ୍ରଦାନରେ ବିଳମ୍ବ ହେଇଥିଲେ ହେଁ ଦିବ୍ୟାଙ୍ଗ ଙ୍କ ପାଇଁ ଖୁସି ଆଣି ଦେଇଛି।ଆଗକୁ ଅନେକ ଦିବ୍ୟଙ୍ଗଙ୍କ ସ୍ୱାବଲମ୍ବୀ କରି ପାରିବ ଏହି ଯୋଜନା ତେଣୁ ବୁଦ୍ଧିଜୀବୀ ମହଲ ଆନନ୍ଦ ଅନୁଭବ କରିବା ସହ ଆଉ ଅନେକ ଏହି ସୁବିଧାକୁ ଅନାଇକି ବସିଛନ୍ତି ସେମାନଙ୍କୁ ଚିହ୍ନଟ କରି ଏହି ସୁବିଧାରେ ସାମିଲ କରିବାକୁ ଦାବୀ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ ।
ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ରାଶି ପ୍ରଦାନ
Share with