Home Breaking News କଳାହାଣ୍ଡି ଜିଲ୍ଲାରେ ଚିନ୍ମୟ ଫାଉଣ୍ଡେସନର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାକ୍ଷିକ କରୋନା ସଚେତନତା ଏବଂ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ପହଁଚିଲା ୫୫୮ ଦିନରେ

କଳାହାଣ୍ଡି ଜିଲ୍ଲାରେ ଚିନ୍ମୟ ଫାଉଣ୍ଡେସନର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାକ୍ଷିକ କରୋନା ସଚେତନତା ଏବଂ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ପହଁଚିଲା ୫୫୮ ଦିନରେ

by Times One Odia
Share with
     
 
 
   

କଳାହାଣ୍ଡି : ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଭାରତର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନର ରିଲିଫ୍ ବଣ୍ଟନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ନିରବଛିନ୍ନ ଭାବରେ ଜାରି ରହିଛି ।

ଚଳିତ ମାସ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସଚେତନତା ଏବଂ ସାନିଟାଇଜିଂ କାର୍ଯ୍ୟକ୍ରମ ୫୪୪ତମ ଦିବସରୁ ୫୫୮ତମ ଦିବସ ପର୍ଯ୍ୟନ୍ତ ଦୀର୍ଘ ଏକ ପକ୍ଷ ଧରି ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କରାଯାଇଥିଲା।

ଚିନ୍ମୟ ଫାଉଣ୍ଡେସନର ସଦସ୍ୟମାନେ ବିଭିନ୍ନ ସ୍ଥାନ ବୁଲି ବୁଲି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କରିଥିବା ବେଳେ,କଳାହାଣ୍ଡି ଜିଲ୍ଲାର ସଦସ୍ୟ ମାନଙ୍କୁ ନେଇ କରୋନା କବଳରୁ ସୁରକ୍ଷା ପାଇଁ ମାସ୍କ, ଓ.ଆର.ଏସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋଭସ୍ ଇତ୍ୟାଦି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି।

ବିଶେଷକରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗରିବ, ଅସହାୟ,ପାଗଳା ପାଗିଳି, ବସ୍ତି ବାସିନ୍ଦା ଏବଂ ବସ ଷ୍ଟାଣ୍ଡ, ରାସ୍ତାକଡ଼ ଓ ରେଲୱେ ପ୍ଲାଟଫର୍ମରେ ଜୀବନ କାଟୁଥିବା ଅଭାବୀ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ,ରାସନ ସାମଗ୍ରୀ, ମାକ୍ସ,ସାବୁନ,ସାନିଟାଇଜର, ଓ.ଆର.ଏସ, ପୋଷାକ ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଚାଙ୍ଗୁ,ମାଦଲ, ଘୁମୁରା, ଖଞ୍ଜଣି ଆଦି ଗୀତ ମାଧ୍ୟମରେ ସଚେତନତା କରାଯାଉଥିବାର ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସଂଯୋଜକ କମଳ ଚଣ୍ଡୀ, ଭବାନୀ ଶଙ୍କର ଧାଙ୍ଗଡ଼ ମାଝୀ,ଜଳନ୍ଧର ଚଣ୍ଡୀ ଆଦି ପରିଚାଳନା କରୁଥିବାର ଦେଖିବାକୁ ମିଳିଛି।

related posts

Leave a Comment