ଫୁଲବାଣୀ-୩୦/୯(ସୁନୀଲ ପଟନାୟକ): ଫୁଲ ବାଣୀ ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ଋଣ ପଦାନ କରିବାପାଇଁ ବ୍ଳକ ସ୍ତରୀୟ ମେଗା ସମନ୍ଵୟ ମେଳା ଅନୁଷ୍ଠିତ ହୋଇଥିଲା
ଫୁଲ ବାଣୀବ୍ଲକ ବିଡିଓ ଶାନ୍ତନୁ କୁମାରନା ଏକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବରେ ଜିଲ୍ଲାପାଳ ଡାବୃନ୍ଦ । ଡି.ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଂଜନ ନାଏକ, ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ ଅଧିକାରୀ କଳ୍ପତରୁ ସ୍ୱାଇଁ, ଜିଲ୍ଲା ସମାଜ ମଙ୍ଗଳ ଅଧ୍ୟକାରୀ ଶ୍ରୀମତି ମଞ୍ଜୁଳା ପ୍ରଧାନ,ଫୁଲ ବାଣୀବ୍ଲକ ଅଧ୍ୟକ୍ଷାଶ୍ରିମତୀ ମଞ୍ଜୁ ଦେବୀକ ହଁର, ଓଡ଼ିଶା ଜିବୀ କା ମିଶନର ଜିଲା ପ୍ରକଳ୍ପ ପରିଚାଳକସନ୍ତେ।ଷ ରଥ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲିକ,ଯୋଗ ଦେଇ ଅଧିକରୁ ଅଧିକ ମହିଳାମାନେ ଯେପରି ସ୍ଵ।ବଲମ୍ବୀ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେଇ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ।
ଏହି ଅବସରରେ ଫୁଲବାଣୀବ୍ଲ୍କ୍କ୍କ୍କର ୨୫୪ ଗୋଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ୫ କୋଟି ୧୭ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଚଳିତ ଆର୍ଥୀକ ବର୍ଷରେ ସରକାରଙ୍କ ପକ୍ଷରୁ ବ୍ଳକ କୁ ମିଶନ ଶକ୍ତି ବିଭାଗ ଦ୍ଵାରା ୭୨୭ ଗୋଟି ରଣ ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିବାବେଳେ ପୂର୍ବରୁ ୩୧୦ଗୋଟି ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଛି। ସେହିପରି ରୁଣ ଅର୍ଥର ସଦ ବିନିଯୋଗ କରି ସ୍ୱାବଲମ୍ବୀ ହେବା ଲାଗି ମହିଳା ଗୋଷ୍ଠୀଙ୍କୁ ମୁଖ୍ୟଅତିଥି ତଥା ବିଧାୟକ ଅଙ୍ଗ ଦ କହଁର ପରାମର୍ଶ ଦେଇଥିଲେ ।
ଓଡ଼ିଶା ଜିବିକା ମିଶନର ଫୁଲ ବାଣୀ ବ୍ଲକ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସୁଶ୍ରୀ ସବିତା ସୁବୁଦ୍ଧି ଉପସ୍ଥିତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ବ୍ୟାଙ୍କ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଭବିଷ୍ୟତରେ ଏଭଳି ସହଯୋଗ କରିବାଲାଗି ମତବ୍ୟକ୍ତ କରିଥିଲେ । ଓଡ଼ିଶା ଜିବୀକ । ମିଶନ ଓ ମିଶନ ଶକ୍ତି ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଫୁଲବାଣୀ ବ୍ଲକ ପକ୍ଷରୁ ମେଗା ସମ ନ୍ବୟ ମେଳା,୨୫୪ ଏସଏଚଜି ମହିଳାଙ୍କୁ ୫ କୋଟି ୧୭ ଲକ୍ଷ ଟଙ୍କା ଋଣ ପ୍ରଦାନ
Share with
previous post