Home Breaking News ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସାମଗ୍ରୀ ପୋଡ଼ି

ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସାମଗ୍ରୀ ପୋଡ଼ି

by Times One Odia
Share with
     
 
 
   

ରାଇକିଆ: ଗୁରୁବାର ମଧ୍ୟାହ୍ନରେ ରାଇକିଆ ମୁଖ୍ୟ ରାସ୍ତା କଡ଼ରେ ଥିବା ଟେସନାରି, କିରାଣୀ ଓ ଲୁଗା ଦୋକାନ ତିନୋଟିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନରେ ଥିବା ଲକ୍ଷାଧିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ପ୍ରକାରେ ଦୀର୍ଘ ଦିନ ଧରି ବନ୍ଦ ଥିବା ଏକ ଟେସନାରି ଦୋକାନରୁ ନିଆଁ ବାହାରି ପାଖରେ ଥିବା ଅନ୍ୟ ଦୋକାନକୁ ଦେଖୁଦେଖୁ ନିଆଁ ବ୍ୟାପି ଯାଇଥିଲା। ଖବର ପାଇ ରାଇକିଆ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଥିଲା। ଏହା ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଲୋକେ ପାଖ ନୂତନ ମାର୍କେଟ କମ୍ପ୍ଲେକ୍ସର ଛାତ ଉପରେ ଚଢ଼ି ବିପଦ ପୂର୍ଣ୍ଣ ଭାବେ ଏହି ଦୃଶ୍ୟ ଦେଖୁଥିଲେ। ମୂଖ୍ୟ ରାସ୍ତା ଟ୍ରାଫିକ ସମସ୍ୟା ଦେଖା ଦେଇଥିବା ପୋଲିସ ଖାଲି କରୁଥିଲା। ଅଗ୍ନିକାଣ୍ଡର କିପରି ଘଟିଲା ତାହା ଅସ୍ପଷ୍ଟ ରହିଛି। ସାରା ଅଞ୍ଚଳ ନିଆଁର ଧୁଆଁ ମୟ ହୋଇଥିଲା। ଅଗ୍ନିଶମ ଗାଡିରୁ ପାଣି ସରିଥିବା ଫଳରେ କିଛି ସମୟ ପାଇଁ ଲୋକେ ହୋହାଲ୍ଲା କରିଥିଲେ। ଗାଡି ପୁଣି ପାଣିଆଣି ସମ୍ପୁର୍ଣ୍ଣ ଭାବେ ନିଆଁକୁ ଆୟତ୍ତ କରିଥିଲା।

related posts

Leave a Comment