Home Breaking News କର୍କଟ ପୀଡିତ ଶଙ୍କର୍ଷଣ ବେହେରାଙ୍କ ପରଲୋକ

କର୍କଟ ପୀଡିତ ଶଙ୍କର୍ଷଣ ବେହେରାଙ୍କ ପରଲୋକ

by Times One Odia
Share with
     
 
 
   

ଗଭୀର ଦୁଃଖର କଥା ଦୀର୍ଘ ଦିନ ଧରି CKD ରେ ପୀଡିତ ଥିବା ଦଶରାଜ୍ୟ ଗୋପାଳ ସମାଜର ସଭାପତି ଫୁଲପଡାର ସ୍ବର୍ଗତ ଗଣେଶ୍ୱର ବେହେରାଙ୍କ ଜ୍ୟୋଷ୍ଠ ପୁତ୍ର ଶଙ୍କର୍ଷଣ ବେହେରା ଭୁବନେଶ୍ୱର ହସ୍ପିଟାଲରେ ପରଲୋକ ହୋଇଯାଇଛି । ତାଙ୍କର ବିୟୋଗରେ କେବଳ ନରସିଂହପୁର ଅଞ୍ଚଳ ରେ ନୁହେଁ ଦଶ ଗଡଜାତ ଗୋପାଳ ସମାଜରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ଫୁଲପଡା ପୈତୃକ ବାସ ଭବନ କୁ ମରଶରୀର କୁ ଅଣାଯାଇ କ୍ରିୟା କର୍ମ ସମ୍ପନ୍ନ କରାଯାଇଛି । ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଶବଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ, ବଡ଼ମ୍ବା, ନରସିଂହପୁର ଗୋପାଳ ସମାଜ କର୍ମକର୍ତ୍ତା ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କ ପୁତ୍ର, ଭ୍ରାତା, ବିଷ୍ଣୁ , ବୀର, ପ୍ରତାପ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ ଶ୍ରୀ ମିଶ୍ର । ଶଙ୍କର ବାବୁ ଜଣେ ଶିକ୍ଷକ ହିସାବରେ, ଅମାୟିକ ଭଦ୍ରବ୍ୟକ୍ତି ହିସାବରେ ଗୋପାଳ ସମାଜର ନେତା ହିସାବରେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ତାଙ୍କ ପିତା ବିଧାୟକ ଶ୍ରୀ ମିଶ୍ର ଙ୍କୁ ଭଲ ପାଉଥିଲେ ଓ ସହଯୋଗ କରୁଥିଲେ । ତାଙ୍କ ପିତା ଶ୍ରୀ ମିଶ୍ର ଙ୍କ ପିତାଙ୍କ ଭଲ ବନ୍ଧୁ ଥିଲେ । ତାଙ୍କ ଆତ୍ମାର ସଦଗତି ପାଇଁ ପରମାତ୍ମାଙ୍କୁ ପ୍ରାର୍ଥନା କରିଛନ୍ତି ଶ୍ରୀ ମିଶ୍ର |

related posts

Leave a Comment