Home Breaking News କଂଗ୍ରେସ ଛାଡିବେ କ୍ୟାପଟେନ ଅମରିନ୍ଦର ସିଂ, ଜାଣନ୍ତୁ କେବେ ମିଶିବେ ବିଜେପିରେ?

କଂଗ୍ରେସ ଛାଡିବେ କ୍ୟାପଟେନ ଅମରିନ୍ଦର ସିଂ, ଜାଣନ୍ତୁ କେବେ ମିଶିବେ ବିଜେପିରେ?

by Times One Odia
Share with
     
 
 
   

ଦିଲ୍ଲୀ ଗସ୍ତରେ ଥାଇ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦେଇଛନ୍ତି ବଡ ସୂଚନା । ସେ ଆଉ କଂଗ୍ରେସରେ ନାହାନ୍ତି । ଖୁବଶୀଘ୍ର କଂଗ୍ରେସ ଛାଡିବାକୁ ଯାଉଛନ୍ତି । ପଂଜାବରେ କଂଗ୍ରେସର ବଡ ଚେହେରା କୁହାଯାଉଥିବା କ୍ୟାପଟେନ ଅମରିନ୍ଦର ସିଂହ ଆଉ କଂଗ୍ରେସ ସହିତ ଆଗକୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଗତ ସେପ୍ଟେମ୍ୱର ୧୮ ତାରିଖରେ କ୍ୟାପଟେନଙ୍କୁ କଂଗ୍ରେସ ଅପମାନଜନକ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇ ବିଦ୍ରୋହୀ ନେତା ଚରଣଜିତ ସିଂହ ଚନ୍ନୀଙ୍କୁ ଗାଦିରେ ବସାଇଥିଲା । ୫ ଦଶନ୍ଧୀ ଧରି କଂଗ୍ରେସରେ ରାଜନୈତିକ ଯାତ୍ରା କରିଥିବା କ୍ୟାପଟେନ ଦୁଇ ଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ତେବେ ଏଥର ଦିଲ୍ଲୀ ଦରବାର ତାଙ୍କୁ ଯେପରି ଅନ୍ଧାରରେ ରଖି ସିଦ୍ଧୁଙ୍କ କଥାରେ ପରିଚାଳିତ ହେଲେ, ସେ କଂଗ୍ରେସ ଛାଡି ଅନ୍ୟ ଚିନ୍ତା କରୁଛନ୍ତି । ଦିଲ୍ଲୀରେ ବିଜେପି ଶୀର୍ଷ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ସହିତ ସାକ୍ଷାତ ପରେ କ୍ୟାପଟେନଙ୍କ ଠାରୁ ଏପରି ଇସାରା ଆସିଛି ।

related posts

Leave a Comment