କେନ୍ଦ୍ରାପଡ଼ା(ସୁନୀଲ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ରେ ବେଆଇନ ଗୋରୁ ଚୋରା ଚାଲାଣ କରିବା ସମୟରେ ଖମୋଳ ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକରୁ 32ଗୋଟି ଗାଈ ସହିତ ଦୁଇ ଜଣ ଅଟକ କଲା ଚାନ୍ଦୋଳ ଫାଣ୍ଡି ପୋଲିସ ଘଟଣା ମୁତାବକ ଆଜି କଟକ ଚାନ୍ଦବାଲି ରୋଡ ରେ ଏକ ଟ୍ରକ ରେ ଗୋରୁ ଚାଲାଣ ର ଖବର ଚାନ୍ଦୋଳ ଫାଣ୍ଡି ଅଧିକାରୀ ଜାଣିବାକୁ ପାଇଥିଲେ ସେଇ ଗାଡ଼ିକୁ ଧରିବା ପାଇଁ ଚେଷ୍ଟା କରିବା ପରେ ଖମୋଳ ଛକରେ ସେଇ ଗାଡ଼ି ସହ 32 ଗୋଟି ଗାଈ ଏବଂ ତା ସହ 2 ଜଣ ଗୋ ଚାଲାଣ କାରୀଙ୍କୁ ଧରିଛନ୍ତି l ପରେ ବଜରଙ୍ଗ ଦଳ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟର ସମସ୍ତ ଗୋରୁ ଙ୍କୁ ଗାଡିରୁ ଓହ୍ଲାଇ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି l ହେଲେ ସାଧାରଣରେ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି କି ଏଭଳି ଘଟଣା ଆଜି ନୁହେଁ ଏମିତି ବହୁତ ବାର ଘଟୁଛି ହେଲେ କାହିଁକି କଣ ପାଇଁ ଏଭଳି ଗୋ ଚାଲାଣ ହେଉଛି ସରକାର ଏଥିପ୍ରତି କେବେ ଦୃଷ୍ଟି ଦେବେ l ଯେଉଁମାନେ ଏହିଭଳି ଗୋ ଚାଲାଣ ରେ ସମ୍ପୃକ୍ତ ରହୁଛନ୍ତି ସେମାନଙ୍କ ପ୍ରତି କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ଉଠୁଛି
କେନ୍ଦ୍ରାପଡ଼ାର ଚାନ୍ଦୋଳ ପୋଲିସ୍ ଚୋରା ଗୋରୁ ଚାଲାଣ ଟ୍ରକରୁ 32 ଟି ଗୋରୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି
Share with