ଆଇପିଏଲରେ ଗୁରୁବାର ଖେଳାଯାଇଥିବା ରୋମାଂଚକର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରି ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗସ । ଛୋଟିଆ ସ୍କୋର ହୋଇଥିଲେ ମଧ୍ୟ ହାଇଦ୍ରାବାଦ ସହଜରେ ଚେନ୍ନାଇକୁ ବାଟ ଛାଡି ନଥିଲା । ବିଜୟ ପାଇଁ ୨୦ ଓଭର ଯାଏଁ ମ।।ଚ୍ ଯାଇଥିଲା । ଧୋନୀ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ଏହି ବିଜୟ ସହିତ ଚେନ୍ନାଇ ଦଳ ଆଇପିଏଲରେ ପ୍ରଥମ ଦଳ ଭାବରେ ଫାଇନାଲରେ ସ୍ଥାନ ପକ୍କା କରିନେଇଛି । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ୧୧ ମ୍ୟାଚରୁ ୧୮ ପଏଂଟ ସହିତ ଟେବୁଲ ଶୀର୍ଷରେ ରହିଛି । ହାଇଦ୍ରାବାଦ ୧୧ ମ୍ୟାଚରୁ ୨ଟି ବିଜୟ ସହିତ ୪ ପଏଂଟ ପାଇ ଟେବୁଲର ସବୁଠାରୁ ତଳେ ରହିଛି ।
ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୭ ରନ୍ ସଂଗ୍ରହ କରିଥିଲା । ୧୩୮ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୯ ଓଭର ୫ ଟି ବଲରୁ ମାତ୍ର ୪ ୱିକେଟ ହରାଇ ସଂଗ୍ରହ କରିନେଇଥିଲା । କ୍ରିଜରେ ଧୋନୀ ୧୪ ଓ ରାୟଡୁ ୧୭ ରନ୍ କରି ଅପରାଜିତ ରହି ଥିଲେ । ଗୋଟିଏ ବଲ ବାକି ଥାଇ ଧୋନୀ ସିଦ୍ଧାର୍ଥ କାଉଲଙ୍କୁ ଛକା ମାରି ଦଳକୁ ସୁପର ବିଜୟ ଦେଇଥିଲେ ।
ହାଇଦ୍ରାବାଦକୁ ହରାଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କଲା ଚେନ୍ନାଇ ସୁପରକିଙ୍ଗସ
Share with