Home Breaking News / ତାଜା ଖବର ବିରିବୋଲାଇ ଗ୍ରାମ୍ୟ ଜମିକୁ ସୋଲଗାଁର ବ୍ୟକ୍ତି ଜବରଦଖଲକୁ ବିରିବୋଲାଇ ଗାଁ ଲୋକଙ୍କ ବିରୋଧ ଉଛେଦ ଦାବିରେ ଜାତୀୟ ରାଜପଥ ୧୪୯ ଭେଜିଆ ଶିବ ମନ୍ଦିର ନିକଟରେ ଅବରୋଧ

ବିରିବୋଲାଇ ଗ୍ରାମ୍ୟ ଜମିକୁ ସୋଲଗାଁର ବ୍ୟକ୍ତି ଜବରଦଖଲକୁ ବିରିବୋଲାଇ ଗାଁ ଲୋକଙ୍କ ବିରୋଧ ଉଛେଦ ଦାବିରେ ଜାତୀୟ ରାଜପଥ ୧୪୯ ଭେଜିଆ ଶିବ ମନ୍ଦିର ନିକଟରେ ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼: ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ତହସିଲ ଅଧିନ ବିରିବୋଲାଇ ଗ୍ରାମ୍ୟ ଗୋଚର ଜମି ଙ୍କୁ ସୋଲଗାଁ ର ଚେମୁ ସାହୁ ଜବର ଦଖଲ କରି ଗୃହ ନିର୍ମାଣ ଙ୍କୁ ଗ୍ରାମ ବାସୀ ବିରୋଧ କରିବା ସହିତ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଇଥିଲେ ଏହାର ବିଚାର କରିବା ଦାବି କରଥିବା ବେଳେ କୌଣସି ପ୍ରତିକାର ନହେବାରୁ ବିରିବୋଲେଇ ଗାଁର ଲୋକମାନେ ଭେଜିଆ ଶିବ ମନ୍ଦିର ନିକଟରେ ଜାତୀୟ ରାଜପଥ ୧୪୯ କୁ ଅବରୋଧ କରିଛନ୍ତି ।ଗ୍ରାମ ବାସୀଙ୍କ ଅଭିଯୋଗ ଯେ ଗ୍ରାମର ସେହି ଜାଗାରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଛି ବର୍ତ୍ତମାନ ପରିସ୍ଥିତି ରେ ସେହି ଜାଗାରେ ଗାଁର ଗାଈ ଗୋରୁ ମଧ୍ୟ ଖାଦ୍ୟ ସଂଗ୍ରହ କରୁଛନ୍ତି ।ଗ୍ରାମ ତରଫରୁ ସେହି ଜାଗାରେ ଏକ ପାର୍କ ନିର୍ମାଣ ପାଇଁ ପଞ୍ଚାୟତ କୁ ପ୍ରସ୍ତାବ ଦିଆ ଯାଇଥିଲା ।ପୁର୍ନରୁ ଗ୍ରାମବାସୀ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଅଭିଯୋଗ ସାଙ୍ଗକୁ ଚେତାବନୀ ମଧ୍ୟ ଦେଇଥିଲେ ଜବର ଦଖଲ କରିଥିବା ବ୍ୟକ୍ତି ଙ୍କୁ ୭ ଦିନ ମଧ୍ୟରେ ଜାଗାରୁ ଉଛେଦ କରାନଗଲେ ୧୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ପାଇଁ କିନ୍ତୁ କୌଣସି ସୁଫଳ ନମିଳିବାରୁ ଗାଁର ଲୋକମାନେ ଜାତୀୟ ରାଜପଥ ୧୪୯ କୁ ଭେଜିଆ ଶିବ ମନ୍ଦିର ଛକ ନିକଟରେ ଅବରୋଧ କରିଛନ୍ତି ।ଉଛେଦ ନହେବା ଯାଏ ଏମିତି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

related posts

Leave a Comment