Home Breaking News / ତାଜା ଖବର ଆଇକନ୍ ସମ୍ମାନ ପାଇଲେ ବ୍ରହ୍ମପୁରର ଫେସନ୍ ଡିଜାଇନର ସ୍ବିଟି ଲାୟକ

ଆଇକନ୍ ସମ୍ମାନ ପାଇଲେ ବ୍ରହ୍ମପୁରର ଫେସନ୍ ଡିଜାଇନର ସ୍ବିଟି ଲାୟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର : -୨୯ , ୦୯ , ୨୦ ୨୧ ବ୍ରହ୍ମପୁର ଗେଟବଜାର ନିକଟସ୍ଥ ଲୋଚାପଡ଼ା ମେଇନ୍ ରୋଡ୍ ନିବାସୀ ଧ୍ରୁବ କୁମାର ଲାୟକ ଓ ଅନୁ ଲାୟକଙ୍କ ଜ୍ୟେଷ୍ଠ କନ୍ଯା ସ୍ବିଟି ଲାୟକ ଉତ୍ତରାଖଣ୍ଡରେ ଆୟୋଜିତ ଫେସନ୍ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଏଥେନିକ୍ ଡିଜାଇନର ଭାବେ ୨ ୦ ୨୧ ବର୍ଷ ପାଇଁ ଭତ୍ତରାଖଣ୍ଡ ଟୁରିଷ୍ଟ ମନ୍ତ୍ରୀ ଶ୍ରୀଯୁକ୍ତ ସତପାଲ ମହାରାଜ ଜୀଙ୍କ ଠାରୁ ଆଇକନ ସମ୍ମାନ ଗ୍ରହଣ କରିଥିଲେ । ସ୍ମିଟି ୨୦୧୭ ମସିହାରେ ବିଶାଖାପାଟନମ୍ ସ୍ଥିତ ଳେଡି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଡିଜାଇନିଂ କୋର୍ସ କରି ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୭ ଠାରୁ ଆରମ୍ଭ କରି ବହୁ ଜାତୀୟ ସ୍ତରର ଫେସନ୍ ସୋ’ରେ ଅଂଶଗ୍ରହଣ କରି ଉଚ୍ଚକୋଟିର ପ୍ରଶଂସା ଓ ସମ୍ମାନିତ ହୋଇଛନ୍ତି । ଯଥା – ( ୧ ) ଜେ.ଡ଼ି . ଇନଷ୍ଟିଚ୍ୟୁଟ୍ , ବିଶାଖାପାଟନମ୍ ଠାରେ ୨୦୧୭ ମସିହାରେ ଅଂଶଗ୍ରହଣ କରି ବେଷ୍ଟ କ୍ରିଏଟିଭ ଫେସନ ଜୁଏଲାରୀ ଆର୍ତ୍ତି ପାଇଥିଲେ । ( ୨ ) ୨୦୧୯ ମସିହାରେ ହାଇଦ୍ରାବାଦ୍ ଠାରେ ଅନୁଷ୍ଠିତ ମି ଓ ମିସ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ୨୦୨୧ ବ୍ରହ୍ମପୁରଠାରେ ଅନୁଷ୍ଠିତ ମ୍ୟା ଓ ମିସ୍ ଗଞ୍ଜାମ ୨୦ ୨୧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅଫିସିଆଲ୍ ଡିଜାଇନର୍ ଅଫ୍ ଦି ଇଭେଣ୍ଟ ସମ୍ମାନ ପାଇଥିଲେ । ( ୩ ) ରେଡ୍ ୱିଙ୍ଗ ଦ୍ୱାରା ଆୟୋଜିତ ୨୦ ୨୧ ମସିହା ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ରା ଫେସନ୍ ଡିରେ ଅଂଶଗ୍ରହଣ କରି ଡିଜାଇନର ଅଫ୍ ଦି ଇୟର ପାଇଥିଲେ । ( ୫ ) ମୋଟୁସ୍ ର ଫେସନ୍ ୱିକ ୨୦ ୨୧ ଇଣ୍ଡୋରରେ ସ୍ପେସାଲ ଗେଷ୍ଟ ଡିଜାଇନର ସମ୍ମାନ ପାଇଥିଲେ । ( ୬ ) ଉତ୍ତରାଖଣ୍ଡ ଫେସନ୍ । ୱିକ୍ ୨୦ ୨୧ , ଡେରାଡୁରେ ଅଂଶଗ୍ରହଣ କରି ସେଶାଲ୍ ଗେଷ୍ଟ ଡିଜାଇନର ସମ୍ମାନ ( ୭ ) ଇଣ୍ଡିଆ କଲ୍ ଲାଇଫ୍ ଷ୍ଟାଇଲ୍ ଫେସନ୍ ୱିକ ୨୦ ୨୧ ଡେରାଡୁରେ ଅଂଶଗ୍ରହଣ କରି ଏକ୍ତିକୁସିଭ ଏକ୍ସଲେନ୍ ଆୱାର୍ଡ଼ ପାଇଥିଲେ । ଆଗକୁ ଅକ୍ଟୋବର ୧ ତାରିଖରେ ଗୋଆ ଠାରେ ଅନୁଷ୍ଠିତ ହେଉଥିବା ଇଣ୍ଟରନ୍ୟାସ୍‌ନାଲ ଫେସନ୍ ୱିକ- ୨୦ ୨୧ ରେ ଯୋଗଦେବାର ସ୍ଥିର ହୋଇଛି । ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତା ଶିବାକୁ ବର୍ମା , ବଲିଉଡ୍ ଏଙ୍କର ଆର୍ଥିନ୍ ମିନଳାଙ୍କ ପାଇଁ ଫ୍ରେସ୍ ଡିଜାଇନ୍‌ କରିଥିଲେ । ଶିଶୁଙ୍କ ଠାରୁ ଆରମ୍ଭ କରି ପୁରୁଷ , ମହିଳା ଏବଂ ସବୁ ବର୍ଗ ପାଇଁ ଡ୍ରେସ୍ ଡ଼ିଜାଇନ୍ କରିଛନ୍ତି । ଆଗାମୀ ଦିନରେ ବ୍ରହ୍ମପୁର ତଥା ଓଡ଼ିଶାର ଫେସନ୍ ଡିଜାଇନ୍ ଶିକ୍ଷାର ବିକାଶ ପାଇଁ ତାଙ୍କର ଲକ୍ଷ୍ୟ ରହିଛି । ଏଥୁ ନିମନ୍ତେ ଏକ ତାଲିମ୍ ଶିକ୍ଷାକେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ କାମନା କରିଛନ୍ତି । ଭବିଷ୍ୟତରେ ସେ ଜଣେ ଭଲ ଫେସନ୍ ଡିଜାଇନର ହୋଇ ବ୍ରହ୍ମପୁରର ଗୌରବ ବୃଦ୍ଧି କରିବା ସହ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଲକ୍ଷ୍ୟ ରଖୁଛନ୍ତି । ଓଡ଼ିଆ , ହିନ୍ଦୀ , ତେଲୁଗୁ ଚଳଚ୍ଚିତ୍ରରେ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ଡ୍ରେସ୍ ଡିଜାଇନର ଭାବେ କାମ କରିବା ପାଇଁ ସେ କହିଛନ୍ତି । ବିଶାଖାପାଟଣା ମୋଡ଼େଲ୍ ଳି , ଅଭିଷେକ ଓ ଜି . ଅଭିଳାଶ ତାଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପରିଧାନ କରି ବିଭିନ୍ନ ଫେସନ୍ ସୋରେ ପ୍ରତିଭା ପ୍ରଦର୍ଶନ କରିଥିବା ସେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ , ସେ ଅନ୍ଧପସରା ରୋଡ୍‌ସ୍ଥିତ ବିଦ୍ୟାଭବନରୁ ୨୦୦୯ ମସିହାରେ ୧୦ ମ ପାସ୍ କରିବା ପରେ ରୋଲାଣ୍ଡ କଲେରୁ + ୨ ବାଣିଜ୍ୟ , କେରଳରୁ ବିବିଏ ଶିକ୍ଷା ଗ୍ରହଣ କରିଥିଲେ । ସେହିପରି ସେ ଏୟାର ହୋଷ୍ଟେସ୍ ଶିକ୍ଷା ଗ୍ରହଣ କରିବା ପରେ ୩ବର୍ଷ ପାଇଁ ଇଣ୍ଡିଗୋ କମ୍ପାନୀ ତରଫରୁ ବିଶାଖାପାଟଣାରୁ ଏୟାର ହୋଷ୍ଟେସ୍ ରୂପେ ଯୋଗ ଦେଇଥିଲେ । ସେ ଓଡ଼ିଶୀ ନୃତ୍ୟଗୁରୁ ହରିଦାସଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ ଏବଂ ତାଙ୍କର ଏହି ନୃତ୍ୟ ପ୍ରତି ରୁଚି ରହିଛି । ବର୍ଭମାନ ଫେସନ୍ ଡିଜାଇନର ଭାବେ ସୁନାମ ଅର୍ଜନ କରିବା ତାଙ୍କର ମୂଳ ଲକ୍ଷ୍ୟ । ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ମାତା ଅନୁ ଲାୟକ , ପିତା ଧୁବ କୁମାର ଲାୟକ , ଭଉଣୀ , ଅଭିଲିପ୍ସା , ଭାଇ ଅଭିଶେକ , ଆଇନଜିବୀ ଓ ବରିଷ୍ଠ ଆଧୁନିକ ନୃତ୍ୟ ବିଚାରକ ବି . ଶ୍ରୀନିବାସ , ଶିକ୍ଷାବିତ୍ ଏ . ଲିଲା ରାଓ ଓ ବିଶାଖାପାଟଣା ମଡ଼େଲ ଜି . ଅଭିଷେକ ଉପସ୍ଥିତ ଥିଲେ ।

related posts

Leave a Comment