Home Breaking News / ତାଜା ଖବର ପୋକଡ଼ାଝର ଜଳ ପ୍ରପାତରୁ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ପୋକଡ଼ାଝର ଜଳ ପ୍ରପାତରୁ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ ୨୯/୯(ସୁନୀଲ ପଟନାୟକ )କନ୍ଧମାଳ ଜିଲା ପୋକଡ଼ାଝର ଜଳ ପ୍ରପାତ ରୁ ଆଜି ବୁଧବାର ନିଖୋଜଜଣେବ୍ୟବସାୟି ସୁଜିତ ପୂଜାରୀଙ୍କ ମୃତଦେହ ମିଳିଲା।
ଦୀର୍ଘ ୨୪ ଘଣ୍ଟା ଧରି ନିଖୋଜ ହୋଇଥିଲେ ବ୍ୟବସାୟୀ। ଫିରିଙ୍ଗିଆ ରେ କାର୍ଯ୍ୟରତ ଦୁଇ ଡାକ୍ତର ସମେତ ବ୍ରହ୍ମପୁର ର ଜଣେ କପଡା ବ୍ୟବସାୟ ସୁଜିତ ପୂଜାରୀ ଓ ତାଙ୍କ ପତ୍ନୀ ମିଶି ଚାରି ଜଣ ଏହି ଜଳ ପ୍ରପାତକୁ ବୁଲିଯାଇଥିଲେ। ପାଣିରେ ତିନି ଜଣ ଗାଧୋଉ ଥିବାବେଳେ ଜଣଙ୍କର ପାଣିରେ ଗୋଡ ଖସି ଯିବାରୁ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଖବର ପାଇ ଅଗ୍ନି ଶ୍ରମ ବିଭାଗ ଓ ଟିମ ହୁମାନିଟି ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଗତକାଲି ୪ ଘଣ୍ଟା ଧରି ଖୋଜ ଖୋଜି କରିଥିଲେ ସୁଦ୍ଧା ନିଖୋଜ ବ୍ୟବସାୟିଙ୍କ କୌଣସି ପତା ମିଳି ନଥିଲା l
ତେବେ ଆଜି ଅପରାହ୍ନରେ ତାଙ୍କ ମୃତଦେହ ଉଦ୍ଧାର ହୋଇ ଥିଲା
ଏଥିରେ ଏ ଏଫ ଓ ଅଜିତ ଗୌଡ଼, ଏଲ ଏଫ ଏମ ଲୋକନାଥ ଜେନା, ହାପି ବାରିକ, ଅରୁଣ ପ୍ରଧାନ, ସିଟ ଗୌଡ଼, ପ୍ରଦ୍ୟୁମ୍ନ ଜେନା, ରଞ୍ଜନ ଦାସଓ ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଉଦ୍ଧl ର କାର୍ଯ୍ୟରେ ସହଯୋଗ କରିଥିଲେ l
।ସଦର ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

related posts

Leave a Comment