Home Breaking News / ତାଜା ଖବର ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ଭଟ୍ଟାରିକାଙ୍କ ପୀଠ ଓ ନରସିଂହପୁରରେ ମା ପ୍ରଗଳାଙ୍କ ଷୋଡଶ ଉପଚାର ପୂଜା ତିଥି ଅନୁଯାୟୀ ହୋଇଛି

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ଭଟ୍ଟାରିକାଙ୍କ ପୀଠ ଓ ନରସିଂହପୁରରେ ମା ପ୍ରଗଳାଙ୍କ ଷୋଡଶ ଉପଚାର ପୂଜା ତିଥି ଅନୁଯାୟୀ ହୋଇଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତିଶ୍ୱର ରଣା): ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଆଜି ମା ଭଟ୍ଟାରିକାଙ୍କୁ ଦର୍ଶନ କରିବା ସଙ୍ଗେ ମାଉସୀ ମା ମନ୍ଦିରରୁ ପରମ୍ପରା ଅନୁଯାୟୀ ମନ୍ଦିର ଅଭିମୁଖେ ଯାଇଥିବା ଆଧ୍ୟାତ୍ମିକ ଯାତ୍ରାରେ ସାମିଲ ହୋଇ ଦର୍ଶନ କରିଥିଲେ । ବଡ଼ମ୍ବା ଦେବୋତ୍ତର ଅଧିକାରୀଙ୍କ ଦ୍ଵାରା ହୋଇଥିବା ମହାଷ୍ଟମୀ ଯାତ୍ରାରେ High Mercury ଅଲୋକୀକରଣର ପୁନଃ ସ୍ଥାପନା ବିଧାୟକ ମିଶ୍ରଙ୍କ ନିର୍ଦେଶରେ କରାଯାଇଛି |
ମା ପ୍ରଗଳାଙ୍କ ନରସିଂହପୁର ରାଜବାଟୀ ଅଭିମୁଖେ ଗଡ଼ ଓ ବିଭିନ୍ନ ଗ୍ରାମ ଦେଇ ଜୟପୁରରୁ ଆସୁଥିବା ଠାକୁରାଣୀଙ୍କ ପରମ୍ପରା ଯାତ୍ରା ବିଳମ୍ବିତ ରାତ୍ରିରେ ସମାପିତ ହେବ । ଶହ ଶହ ନରସିଂହପୁର ଓ ବାହାରର ଶ୍ରଦ୍ଧାଳୁ ଏହି ଉପଲକ୍ଷେ କାଷ୍ଠା ଉପବାସରେ ରହିଛନ୍ତି । ମା ଙ୍କ ନରସିଂହପୁର ଆଗମନ ପରେ ତାହା ସମ୍ପୂର୍ଣ୍ଣ ହେବ ।ଆଜି ୨ଟି ମହାପୀଠରେ ବିଧାୟକ ଦେବୀପ୍ରସାଦ ମିଶ୍ର ଉପସ୍ଥିତ ଅଛନ୍ତି |

related posts

Leave a Comment