Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ଆନ୍ତର୍ଜାତୀୟ ଜାଣିବାର ଅଧିକାର ଦିବସ ପାଳନ

କନ୍ଧମାଳ ଜିଲ୍ଲାରେ ଆନ୍ତର୍ଜାତୀୟ ଜାଣିବାର ଅଧିକାର ଦିବସ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କନ୍ଧମାଳ29/9/2021(ସୁନୀଲ ପଟନାୟକ): ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ଜାଣିବାର ଅଧିକାର ଦିବସ ପାଳନ କରଯାଇଥିଲା। ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ସ୍ତରରେ ମହିଳା ମାନଙ୍କୁ ନେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନତା କରାଯାଇଥିଲା । ଏହି ଅବସରରେ ଫିରିଙ୍ଗିଆ ବ୍ଲକ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ଦ୍ଵାରା ମମତା ଯୋଜନା, ମିଶନ ଶକ୍ତି କାର୍ଯ୍ୟକ୍ରମ, ପୁଷ୍ଟିକର ଖାଦ୍ୟ ଯୋଗାଣ, ପ୍ରାକ ବିଦ୍ୟାଳୟ ଶିକ୍ଷା, କିଶୋରୀ ସଶକ୍ତିକରଣ, ଅଦ୍ଵିକା କାର୍ଯ୍ୟକ୍ରମ, ମହିଳା ସୁରକ୍ଷା, ଶିଶୁ ସୁରକ୍ଷା, ଆଶିର୍ବାଦ ଯୋଜନା ଓ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମ ବିଷୟରେ ସଚେତନତା କରଯାଇଥିଲା । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ, ଡୀ.ପି. ଏମ, ଏନ୍.ଓ.ପି , ଶ୍ରୀ ସୁନୀଲ କୁମାର ବେହେରା ସିଡିପିଓ ଶ୍ରୀମତୀ ହରପ୍ରିୟା ମେହେର, ସୁପରଭାଇଜର ଶ୍ରୀମତୀ ବୈଜୟନ୍ତି ମଲ୍ଲିକ ଏବଂ ଶ୍ରୀମତୀ ରତ୍ନାବତି ବେହେରା ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ତିଲକୋପଡ଼ି ଅଙ୍ଗନବାଡି କେନ୍ଦ୍ରରୁ ପ୍ରାୟ ୫୦ ଜଣ ମହିଳା ଓ କିଶୋରୀ ଯୋଗଦେଇଥିଲେ। ଫିରିଙ୍ଗିଆ ଆଇସିଡିଏସ୍ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ଏହାକୁ ପରିଚାଳନା କରିଥିଲେ। ଏହା ସହିତ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଉପସ୍ଥିତ ମହିଳା ମାନଙ୍କ ଭିତରେ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

related posts

Leave a Comment